Irregularities in Saramara PACS ସରମରା ପ୍ୟାକ୍ସରେ ଅନିୟମିତତା, ଥାନାରେ ମାମଲା ରୁଜୁ

1 week ago 7
ARTICLE AD BOX

ଭଦ୍ରକ (ହରିହର ନାୟକ):  ଖରିଫ  ଧାନ ସଂଗ୍ରହ ବେକେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ  ଓଡ଼ଙ୍ଗ ପଞ୍ଚାୟତର ସରମରା ପ୍ୟାକ୍ସରେ ଚାଷୀ ପଞ୍ଜୀକରଣ ଓ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ହୋଇଥଲା । ଏହି ଅନିୟମିତତା ପାଇଁ  ସମ୍ପୃକ୍ତ ପ୍ୟାକ୍ସର ସମ୍ପାଦକ ଓ ଡାଟା ଏଣ୍ଟ୍ରି ଓପରେଟରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ପରେ ପୁଲିସ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। 

PACS: ବ୍ୟବସାୟିକ ବିବିଧକରଣ ଏବଂ ଭବିଷ୍ୟତ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ଅତିରିକ୍ତ ସଚିବ

ସୂଚନାନୁସାରେ,  ବନ୍ତ ବ୍ଲକ୍ ଅନ୍ତର୍ଗତ ସରମରା ପ୍ରାଥମିକ କୃଷି ସମବାୟ ସମିତି ( ପ୍ୟାକ୍ସ) ରେ ୨୦୨୫-୨୬ ଖରିଫ ଓ ରବି ଋତୁର ଧାନ ସଂଗ୍ରହ ସମୟରେ ଚାଷୀ ପଞ୍ଜୀକରଣରେ ବ୍ୟାପକ ଅନିୟମିତତା ଓ ଜାଲିଆତି ଅଭିଯୋଗ ପ୍ରମାଣିତ ହୋଇଛି।

Kalla PACS Under Vigilance net ସାର ଟଙ୍କା ଖାଇ ଗିରଫ ହେଲେ କଲ୍ଲା ପ୍ୟାକ୍ସର ପୂର୍ବତନ ସମ୍ପାଦକ

ତଦନ୍ତ ରିପୋର୍ଟ ଅନୁଯାୟୀ, ଅନ୍ୟ ବ୍ୟକ୍ତିଙ୍କ ଜମିକୁ ବେଆଇନ ଭାବେ ନିଜ ନାମରେ / ଅନ୍ୟ ନାମରେ ପଞ୍ଜୀକରଣ କରି ଧାନ ବିକ୍ରି କରିଥିବା ଘଟଣା ସାମ୍ନାକୁ ଆସିଛି। ଏଥିପାଇଁ ସମିତିର ସମ୍ପାଦକ  ନିତ୍ୟାନନ୍ଦ ନାୟକ ଓ ଡାଟା ଏଣ୍ଟ୍ରି ଅପରେଟର  ଦୀପେନ୍ଦ୍ର ପ୍ରଧାନ ସିଧାସଳଖ ସମ୍ପୃକ୍ତ ବୋଲି ତଦନ୍ତରୁ ଜଣାପଡ଼ିଛି। 

Agriculture: ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ; ୧୦ ଘଣ୍ଟା କାମ କଲେ ମଜୁରି ମିଳେ ୨୫୦ ଟଙ୍କା

 ଏହି ଘଟଣା ସମ୍ପର୍କରେ   ପୂର୍ବରୁ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ। ଏହାକୁ ନେଇ, ଭଦ୍ରକ ଡିଭିଜନର ସମବାୟ ସମିତିର ଉପନିବନ୍ଧକ ଭଦ୍ରକଙ୍କ ନିର୍ଦ୍ଦେଶକ୍ରମେ ବନ୍ତ ଥାନାରେ ଉଭୟଙ୍କ ବିରୋଧରେ ଏତଲା ଦିଆଯାଇଛି। ଏତଲାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.