ARTICLE AD BOX
ନୂଆଦିଲ୍ଲୀ: ଚଳିତ ମହିଳା ଏସିଆ କପ୍ ଟ୍ବେଣ୍ଟି-୨୦ରେ ଭାରତ ଶନିବାର ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ଏହି ଏକ ପାଖିଆ ବିଜୟ ପରେ ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ଇର୍ଫାନ୍ ପଠାନ ଛୋଟିଆ ପୋଷ୍ଟ୍ରେ ପାକିସ୍ତାନକୁ ସମାଲୋଚନ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପାକିସ୍ତାନ ପରାଜୟର କିଛି ମିନିଟ୍ରେ ସେ ଏକ ଚାରି ଶବ୍ଦର ପୋଷ୍ଟ ‘ଆଜି ରବିବାର କି?’।
୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ
ଏହା ପୋଷ୍ଟ ହେଉ ହେଉ ସଙ୍ଗେସେଙ୍ଗେ ଭାଇରାଲ୍ ହୋଇଯାଇଥିଲା ଗତ ବର୍ଷ ଭାରତ-ପାକିସ୍ତାନ ଲଗାତାର ୩ ଟ୍ବେଣ୍ଟି-୨୦ ମ୍ୟାଚ୍ ରବିବାର ଖେଳିଥିଲେ। ପ୍ରତ୍ୟେକ ଥର ପାକିସ୍ତାନ ପରାଜୟର ସାମ୍ନା କରିଥିଲା। ଏହି ସମୟରେ ମଧ୍ୟ ଇର୍ଫାନଙ୍କ ପୋଷ୍ଟ୍ ଭାଇରାଲ ହୋଇଥିଲା। ଭାରତର ବିଜୟ ପରେ ସେ ଲେଖିଥିଲେ ଯେ ‘‘ରବିବାର କେମିତି ରହିଲା ପଡ଼ୋଶୀ’’। ସୂଚନାଯୋଗ୍ୟ ଯେ ଶନିବାର ବାମହାତୀ ସ୍ପିନର ଶ୍ରୀ ଚାରଣୀ (୩/୭), ଲେଗ୍ ସ୍ପିନର ପ୍ରେମା ରାୱତ (୩/୯) ଓ ଦୀପ୍ତି ଶର୍ମା (୨/୫)ଙ୍କ ଚମତ୍କାର ବୋଲିଂରେ ପାକିସ୍ତାନ ଧରାଶାୟୀ ହୋଇ ମାତ୍ର ୫୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ୮.୪ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏଥିସହ ପାକିସ୍ତାନ ବିପକ୍ଷରେ ଭାରତୀୟ ମହିଳା ୮ ମ୍ୟାଚ୍ ଖେଳି ସପ୍ତମ ବିଜୟ ପାଇଥିଲା।
India-Panama football match: ଦିନକ ଆଗରୁ ଭାରତ-ପାନାମା ଫୁଟ୍ବଲ୍ ମ୍ୟାଚ୍

1 week ago
7


