Injured Elephant: ରାସ୍ତା ଉପରେ ଆହତ ଦନ୍ତା: ଭରତପୁର-ଚନ୍ଦକା ରାସ୍ତାରେ ଯାତାୟାତ ପ୍ରଭାବିତ

22 minutes ago 1
ARTICLE AD BOX

ଖଣ୍ଡଗିରି: ଭରତପୁର ସଂରକ୍ଷିତ ଜଙ୍ଗଲରେ ଥିବା ଆହତ ଦନ୍ତାହାତୀକୁ ଆଜି ଭରତପୁର-ଚନ୍ଦକା ରାସ୍ତା ଉପରେ ଦେଖିବାକୁ ମିଳିଛି। ଦନ୍ତାର ବାମଗୋଡ଼ରେ ଗୁରୁତର ଆଘାତ ଲାଗିଥିବାରୁ ସେ ଛୋଟେଇ ଛୋଟେଇ ଚାଲୁଛି। ଆଜି ସକାଳେ ଅନ୍ଧାରୁଆ ଗ୍ରାମ ନିକଟ ଗଣିତ ପ୍ରୟୋଗ ପ୍ରତିଷ୍ଠାନ ନିକଟରେ ଦନ୍ତାଟି ରାସ୍ତା ଉପରକୁ ଚାଲିଆସିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ହାତୀ ଭୟରେ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିବାରୁ ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିଲା। ପ୍ରାୟ ଘଣ୍ଟାଏ ଧରି ଦନ୍ତାଟି ରାସ୍ତା ଉପରେ ରହି ବୁଲାବୁଲି କରିଥିଲା। ପରେ ଜଙ୍ଗଲ ପାଚେରି କଡ଼ରେ ବହୁ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ରାତି ୯ଟା ପର୍ଯ୍ୟନ୍ତ ଦନ୍ତାଟି ଗଣିତ ପ୍ରୟୋଗ ପ୍ରତିଷ୍ଠାନ ନିକଟରେ ରହିଥିଲା।

Seva Sankalp Abhiyan: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ‘ସେବା ସଂକଳ୍ପ ଅଭିଯାନ’

ସୂଚନାଯୋଗ୍ୟ, ଗତ ସୋମବାର ଦିନ ଭରତପୁର ସଂରକ୍ଷିତ ଜଙ୍ଗଲରେ ଆହତ ଦନ୍ତା ବୁଲୁଥିବା ବନ ବିଭାଗ ସୂଚନା ପାଇଥିଲା। ମଙ୍ଗଳବାର ଦିନ ଚନ୍ଦକା ବନଖଣ୍ଡ କର୍ମଚାରୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଓୟୁଏଟିର ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଏହି ଆହତ ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଚିକିତ୍ସା କରାଯାଇଥିଲା। ଦନ୍ତାର ବାମଗୋଡ଼ ମକଚି ଯାଇଥିବା ଜଣାପଡ଼ିଥିଲା। ଚିକିତ୍ସା ପରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ତେବେ ଆଜି ଆହତ ଦନ୍ତାଟି ସହରମୁହାଁ ହୋଇଛି। ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଦନ୍ତା ଠିକ୍‌ ଭାବେ ଚଲାବୁଲା କରିପାରୁନାହିଁ। ବନ ବିଭାଗର ଏକ ଟିମ୍‌ ଆହତ ଦନ୍ତାର ଗତିବିଧି ଉପରେ ନଜର ରଖିଛି। ଏ ସମ୍ପର୍କରେ ଚନ୍ଦକା ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟ କହିଛନ୍ତି, ଚିକିତ୍ସା ପରେ ଦନ୍ତାର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ବର୍ତ୍ତମାନ ସେ ଛୋଟେ‌ଇ ଛୋଟେଇ ଚାଲୁଛି। ତା’ ପାଖରେ ୧୦ଜଣିଆ ଟିମ୍‌ ଉପସ୍ଥିତ ଅଛନ୍ତି। ରାସ୍ତାରେ ଗାଡ଼ିମୋଟର ଚଳାଚଳ ଯୋଗୁ ସନ୍ଧ୍ୟା ସୁଦ୍ଧା ଜଙ୍ଗଲ ଭିତରକୁ ହାତୀଟି ଯାଇନାହିଁ। ବିଳମ୍ବିତ ରାତିରେ ତା’କୁ ଜଙ୍ଗଲ ଭିତରକୁ ନିଆଯିବାକୁ ଚେଷ୍ଟା କରାଯିବ।

Chief Secretary: ଜିଲ୍ଲାପାଳଙ୍କ ସହ ବିଭିନ୍ନ ଯୋଜନାର ସମୀକ୍ଷା କଲେ ମୁଖ୍ୟସଚିବ: ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଉପରେ ଫୋକସ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.