ARTICLE AD BOX
ନୂଆଦିଲ୍ଲୀ: ଦୁବାଇରେ ମହିଳା ଟି୨୦ ଏସିଆ କପ୍ର ରୋମାଞ୍ଚକର ମୁକାବିଲା ହେଉଛି। ଆଜି ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି। କ୍ରିକେଟ୍ ପ୍ରଶଂସକମାନେ ଏଥି ପାଇଁ ଉତ୍ସାହିତ ଅଛନ୍ତି। ସମସ୍ତେ ମ୍ୟାଚ୍ ଆରମ୍ଭ ହେବାର ସମୟକୁ ଅପେକ୍ଷା କରିଛନ୍ତି।
ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଏବେ ଭଲ ଫର୍ମରେ ଅଛି। ନିଜର ପ୍ରାରମ୍ଭିକ ୨ଟି ମ୍ୟାଚ୍ରେ ଏକତରଫା ବିଜୟ ହାସଲ କରି ଭାରତୀୟ ଟିମ୍ ସେମିଫାଇନାଲରେ ପ୍ରବେଶ କରିସାରିଛି। ଅନ୍ୟପଟରେ ପାକିସ୍ତାନ ମଧ୍ୟ ନିଜର ପ୍ରଥମ ମ୍ୟାଚ୍ରେ ଥାଇଲାଣ୍ଡକୁ ୩୫ ରନ୍ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।
ଏହି ମୁକାବିଲା ରୋମାଞ୍ଚକର ହେବାର ଆଶା ଦେଖାଯାଉଛି। ପ୍ରଶଂସକମାନେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବେ। ଭାରତରୁ ଅନ୍ୟ ପ୍ରଶଂସକମାନେ ଟିଭି ଏବଂ ମୋବାଇଲରେ ମ୍ୟାଚ୍ ଦେଖିବେ। ଆଜି ରାତି ୮ଟାରେ ସୋନି ସ୍ପୋର୍ଟସ ନେଟୱକରେ ମ୍ୟାଚ୍ର ଲାଇଭ୍ ପ୍ରସାରଣ ହେବ।
Asian Games Cricket: ଏସୀୟ କ୍ରୀଡ଼ା କ୍ରିକେଟ୍: ‘ବି’ ଦଳ ପଠାଇପାରେ ଭାରତ

1 week ago
8


