ARTICLE AD BOX
ଖପ୍ରାଖୋଲ (ନରେନ୍ଦ୍ର ଭୋଇ): ବଲାଙ୍ଗୀରଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ପୁଲିସ ପକ୍ଷରୁ ଦୁଇ ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ଶ୍ରମିକ ଚାଲାଣ ଉଦ୍ୟମକୁ ପଣ୍ଡ କରାଯାଇଛି। ୧୩ ଜଣ ପୁରୁଷ, ୮ ଜଣ ମହିଳା ଓ ୨ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ୫ଜଣ ଦଲାଲ ଓ ସର୍ଦ୍ଦାରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଗିରଫ ଶ୍ରମିକ ଦଲାଲ ଓ ସର୍ଦ୍ଦାରସୂଚନା ଅନୁଯାୟୀ, ଆଜି (ଗୁରୁବାର) ଭୋର ପ୍ରାୟ ୨:୧୫ ସମୟରେ ଖପ୍ରାଖୋଲ ପୁଲିସ ଥାନାର ଏସ୍.ଆଇ. ଲିଙ୍ଗରାଜ କିଷାନ ଏବଂ ତାଙ୍କର କର୍ମଚାରୀମାନେ ରାତ୍ରୀକାଳୀନ ପାଟ୍ରୋଲିଂରେ ଥିଲେ। ଏହି ସମୟରେ ବଡ଼ଗୁର୍ଜିଭାଟା ବ୍ରିଜ୍ ନିକଟରେ ଏକ ବୋଲେରୋ ଗାଡ଼ି ଯୋଗେ କିଛି ଶ୍ରମିକଙ୍କୁ ନିଆଯାଉଥିଲା। ପୁଲିସ ଗାଡ଼ିକୁ ଅଟକାଇ ପଚରାଉଚରା କରିଥିଲା।
Migrant Workers ବିଦେଶକୁ ଶ୍ରମିକ ଚାଲାଣ, ଗାଡ଼ିମୋଟର ଯାଞ୍ଚ କରୁଛି ପ୍ରଶାସନ
ତଦନ୍ତରୁ ଜଣାପଡିଛି, ନୂଆପଡ଼ା ଅଞ୍ଚଳର ରମାକାନ୍ତ ବାଗେଶ ଏବଂ ପାଟଗଡ଼ ଥାନା ଅନ୍ତର୍ଗତ ନିଲ୍ଜିବାହାଲ ଗ୍ରାମର ଦଶରଥ ଦୀପଙ୍କ ପୁଅ ତଥା ସର୍ଦ୍ଦାର ମନୋଜ ଦୀପ (୨୩) ମିଳିତ ଭାବେ ଶ୍ରମିକମାନଙ୍କୁ ପ୍ରଲୋଭନ ଦେଖାଇ ହାଇଦ୍ରାବାଦର ଏକ ଇଟାଭାଟିକୁ ଚାଲାଣ କରୁଥିଲେ। ଏହି ଘଟଣାରେ ପୁଲିସ ଏସ୍.ଆଇ. ଲିଙ୍ଗରାଜ କିଷାନଙ୍କ ଏତଲାକୁ ଭିତ୍ତିକରି ଖପ୍ରାଖୋଲ ଥାନା କେସ୍ ନଂ- ୨୩୯/୨୦୨୬, ଧାରା ୧୪୩(୩)/୧୪୬/୩୧୮(୪)/୬୧(୨) ବି.ଏନ୍.ଏସ୍. ଏବଂ ୨୫ ଆଇ.ଏସ୍.ଏମ୍.ଡବ୍ଲ୍ୟୁ. ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୋଲିସ ଚାଲାଣରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ଜବତ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ପଠାଇଛି। ୫ ଜଣ ପୁରୁଷ, ୫ ଜଣ ମହିଳା ଏବଂ ଜଣେ ନାବାଳକଙ୍କୁ ଉଦ୍ଧାର କରିଛି।
ବିଜେଡି ଓଡ଼ିଶାକୁ ଶସ୍ତା ଶ୍ରମିକ ଚାଲାଣ ରାଜ୍ୟ କରିଦେଇଛି: ଖଡ଼୍ଗେ
ଅନ୍ୟ ଏକ ଘଟଣାରେ, ଆନ୍ଧ୍ରପ୍ରଦେଶର ବିଜୟନଗରମ ସହର ସ୍ଥିତ ଏକ ଇଟାଭାଟିକୁ ବେଆଇନ ଭାବେ ଶ୍ରମିକମାନଙ୍କୁ ଚାଲାଣ କରାଯାଉଥିବା ସମୟରେ ପୁଲିସ ଚଢ଼ଉ କରି ୩ ଜଣ ଦଲାଲଙ୍କୁ ଗିରଫ କରିଛି। ଏକ ବୋଲେରୋ ପିକଅପ୍ ଭ୍ୟାନ୍ ( ଓଡି୨୪ ୦୪୩୯) ଜବତ କରିଛି। ୮ ଜଣ ପୁରୁଷ, ଜଣେ ନାବାଳକ ଏବଂ ୩ ଜଣ ମହିଳା, ମୋଟ ୧୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ ୩ ଜଣ ଦଲାଲ, ବଡ଼ବାବେଜୁରୀ ଗାଁର ଲିଙ୍ଗା ଭୂଏ (୪୦ ବର୍ଷ) ଗ୍ରାମ ବଡ଼ବାବେଜୁରୀ ଓ ପବିତ୍ର ମାଝୀ (୩୮ ବର୍ଷ) ଗ୍ରାମ ଓ ବେଲପଡ଼ା ଥାନା ବାଗଗୁଡ଼ାର ନବୀନ ମାଝୀ (୩୦ ବର୍ଷ)ଙ୍କୁ ଗିରଫ କରିଛି। ଏନେଇ ଖପ୍ରାଖୋଲ ଥାନାରେ କେସ୍ ନଂ- ୨୪୦/୧୨.୧୧.୨୦୨୬ ୟୁ/ଏସ୍ ୧୪୩(୩)/୧୪୬/୩୧୮(୪)/୬୧(୨) ବି.ଏନ୍.ଏସ୍ ଏବଂ ୨୫ ଆଇ.ଏସ୍.ଏମ୍.ଡବ୍ଲ୍ୟୁ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

1 hour ago
2


