ୟୁଏଇ ଉପକୂଳରେ ତୈଳବାହୀ ଜାହାଜ ଉପରେ ଆକ୍ରମଣ; ୧୯ ଭାରତୀୟଙ୍କ ସମେତ ୨୨ ଉଦ୍ଧାର

43 minutes ago 3
ARTICLE AD BOX

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଉପକୂଳରେ ଏକ ଅଶୋଧିତ ତୈଳବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି । ବୁଧବାର ମିନା ସକ୍ର ନିକଟ ସମୁଦ୍ରରେ ଭାସୁଥିବା ଲାଇବେରିଆ ପତାକାଧାରୀ ଜାହାଜ ଏମ୍‌ଟି ଡୋମିନିକା ପ୍ରସ୍ପେରିଟି ଉପରେ ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା । ଏହି ଜାହାଜରେ ୧୯ ଜଣ ଭାରତୀୟଙ୍କ ସମେତ ମୋଟ ୨୨ ଜଣ କର୍ମଚାରୀ ଥିଲେ । ଆକ୍ରମଣ ପରେ ୟୁଏଇ ତଟରକ୍ଷୀ ବାହିନୀ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଏହି ଘଟଣାରେ କୌଣସି କର୍ମଚାରୀ ଆହତ ହୋଇନଥିବା ଜଣାପଡ଼ିଛି ।

Nvidia CEO: ଇସ୍ତଫା ଦେଲେ ଏନ୍‌ଭିଡିଆ ସିଇଓ ଜେନସେନ୍‌ ହୁଆଙ୍ଗ, କୋଲେଟ୍‌ କ୍ରେସ୍‌ ହେଲେ କାମଚଳା ସିଇଓ

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଗୁରୁବାର ଏକ୍ସରେ ଏହି ସୂଚନା ଦେଇଛନ୍ତି । ସୋନୋୱାଲ କହିଛନ୍ତି, ଜାହାଜରେ ଥିବା ୧୯ ଜଣ ଭାରତୀୟ ନାଗରିକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଜାହାଜ ପରିଚାଳନା କମ୍ପାନି ସହ ଭାରତ ସରକାର ନିୟମିତ ଯୋଗାଯୋଗରେ ଅଛନ୍ତି । କର୍ମଚାରୀଙ୍କ ସୁରକ୍ଷା, କଲ୍ୟାଣ ଓ ଆବଶ୍ୟକ ଲଜିଷ୍ଟିକ୍‌ ସହାୟତା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ କ୍ଷେପଣାସ୍ତ୍ର କିଏ ମାଡ଼ କରିଥିଲା ତାହା ସ୍ପଷ୍ଟ ହୋଇନାହିଁ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.