ARTICLE AD BOX
ଭୁବନେଶ୍ୱର: ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମୁଦ୍ର ତଟରେ ରାଜ୍ୟର ପ୍ରଥମ ସମୁଦ୍ରରୁ ମଧୁର ଜଳ ପ୍ରସ୍ତୁତ ପ୍ରକଳ୍ପ (ଲବଣମୁକ୍ତ ଜଳ ପ୍ରକଳ୍ପ) ସରକାରୀ-ଘରୋଇ ସହଭାଗିତା ( ପିପିପି) ରେ ନିର୍ମାଣ ହେବ। ଏଥିପାଇଁ ଇଡକୋ, ଆଇଏଫସି ଏବଂ ପିପିପି ସେଲ୍ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।
Today is World Oceans Day: ଆଜି ବିଶ୍ବ ସମୁଦ୍ର ଦିବସ: ସମୁଦ୍ର ଗର୍ଭରେ ପ୍ଲାଷ୍ଟିକ ବିଷ, ୧ଲିଟର ସମୁଦ୍ର ଜଳରେ ୬.୪ ପ୍ଲାଷ୍ଟିକ କଣିକା
ସରକାରୀ ଓ ଘରୋଇ ସହଭାଗିତା (ପିପିପି) ପ୍ରକଳ୍ପ ପାଇଁ ଭିତ୍ତିଭୂମି ସମ୍ପର୍କିତ କ୍ଷମତାସମ୍ପନ୍ନ କମିଟି(ଇସିଆଇ)ର ୬୬ତମ ବୈଠକ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।
ମଧୁର ହେବ ସମୁଦ୍ର ଜଳ: ଧର୍ମେନ୍ଦ୍ର
ଏହି ଅବସରରେ ଆଇଏଫସିର ଦକ୍ଷିଣ ଏସିଆ ଅଞ୍ଚଳର ପିପିପି କାରବାର ପରାମର୍ଶ ସେବା ବିଭାଗର ପରିଚାଳକ କମଲ ଡୋରାବାୱିଲା ନିଜ ଅଭିଭାଷଣରେ କହିଥିଲେ, ଓଡ଼ିଶାକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ନିବେଶ ସୁଯୋଗର ଏକ ରଣନୈତିକ କେନ୍ଦ୍ର ଭାବେ ଗଢ଼ି ତୋଳିବା ଦିଗରେ ଆଇଏଫସିର ସମଗ୍ର ଟିମ୍ ଏକାଗ୍ରତାର ସହ କାର୍ଯ୍ୟ କରୁଛନ୍ତି । ଆଇଏଫସି ସହଯୋଗର ଅଂଶସ୍ୱରୂପ ଚିହ୍ନଟ କରାଯାଇଥିବା ମୋଟ ୧୧ଟି ପ୍ରକଳ୍ପକୁ କମିଟି ପକ୍ଷରୁ ନୀତିଗତ ଅନୁମୋଦନ ପ୍ରଦାନ କରାଯାଇଥିଲା । ଏହି ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ବ୍ୟୟ ପ୍ରାୟ ୧୫,୪୯୮ କୋଟି ଟଙ୍କା । ଏଥିସହ ପ୍ରାୟ ୮୩୧.୬୮ କୋଟି ଟଙ୍କାର ମୋଟ ଆନୁମାନିକ ବ୍ୟୟ ବିଶିଷ୍ଟ ଅନ୍ୟ ୫ଟି ନୂତନ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି । ଏହା ବ୍ୟତୀତ, ପ୍ରାୟ ୨୮,୭୬୪.୨୮ କୋଟି ଟଙ୍କାର ମୋଟ ଆନୁମାନିକ ବ୍ୟୟ ବିଶିଷ୍ଟ ୨୮ଟି ଚାଲୁ ରହିଥିବା ପିପିପି ପ୍ରକଳ୍ପର ଅଗ୍ରଗତି ଓ ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଥିଲା ।
୨୦୫୦ ସୁଦ୍ଧା ଚିଲିକା ଏବଂ ପୁରୀରେ ୫୫ ସେମି ବଢ଼ି ଯିବ ସମୁଦ୍ର ଜଳସ୍ତର
ବୈଠକରେ ମୁଖ୍ୟ ଶାସନ ସଚିବ କହିଲେ, ଅନ୍ତର୍ଜାତୀୟ ଅର୍ଥ ନିଗମ ( ଆଇଏଫସି) ସହ ବର୍ତ୍ତମାନର ସହଯୋଗ ଅନୁଯାୟୀ, ସହରାଞ୍ଚଳରେ ସୁଲଭ ଗୃହ ନିର୍ମାଣ, ଶିଳ୍ପ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ର ସମେତ ବ୍ୟାପକ ସାମାଜିକ ପ୍ରଭାବ ସୃଷ୍ଟି କରିପାରୁଥିବା ସରକାରୀ-ଘରୋଇ ସହଭାଗିତା (ପିପିପି ) ପ୍ରକଳ୍ପଗୁଡ଼ିକର ଏକ ସୁସଂଗଠିତ ତାଲିକା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଥିଲେ।

59 minutes ago
3


