Hamleys' flagship : ହାମଲେଜ୍‌ର ଫ୍ଲାଗସିପ୍‌ ଜୁବିଲି ହିଲ୍‌ସ ଷ୍ଟୋର୍‌ ଉଦ୍‌ଘାଟିତ

16 minutes ago 1
ARTICLE AD BOX

ହାଇଦ୍ରାବାଦ: ବିଶ୍ବର ପୁରାତନ ଓ ପ୍ରମୁଖ ଖେଳନା ରିଟେଲର ହାମଲେଜ୍‌ ପକ୍ଷରୁ ହାଇଦ୍ରାବାଦର ଜୁବିଲି ହିଲ୍‌ସରେ ଏକ ବୃହତ୍‌ ଷ୍ଟୋର‌ ଖୋଲିଛି। ହାଇଦ୍ରାବାଦରେ କମ୍ପାନିର ଏହା ଦଶମ ଷ୍ଟୋର। ୧୦ ହଜାର ବର୍ଗଫୁଟରେ ୩ ମହଲାରେ ପରିବ୍ୟାପ୍ତ ଏହି ଷ୍ଟୋରରେ ବ୍ୟାପକ ବର୍ଗର ଖେଳନା, ଉପହାର ସାମଗ୍ରୀ ଆଦି ଉପଲବ୍ଧ କରାଯାଇଛି। ୧୦ ହଜାରରୁ ଅଧିକ ପ୍ରକାରର ଖେଳନା, ଗେମ୍‌ସ ଓ ଉପହାର ସାମଗ୍ରୀ ଏଠାରେ ଚୟନ କରିବା ସୁଯୋଗ ଗ୍ରାହକଙ୍କ ପାଇଁ ରହିଛି। 

ଆହୁରି ପଢନ୍ତୁ :Gajapati Forest Land Patta ଜଙ୍ଗଲ ଜମି ପଟ୍ଟା ଦାବିରେ ଧାରଣା: ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୮୫ ଆଦିବାସୀ ପରିବାର

ଆସନ୍ତା ନଭେମ୍ବରରେ ଏଠାରେ ଖେଳ ପାଇଁ ଏକ ସ୍ବତନ୍ତ୍ର ଅଞ୍ଚଳ ଖୋଲିବ।ସୋରୁମ ଉନ୍ମୋଚନକୁ ପାଳନ କରିବା ପାଇଁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଗ୍ରାହକ, ଇନଫ୍ଲୁଏନ୍‌ସର୍ସ, କ୍ରିଏଟରମାନଙ୍କ ସହିତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଉ‌ଲ୍ଲେଖଯୋଗ୍ୟ, ୧୭୬୦ ମସିହାରେ ଲଣ୍ଡନରେ ପ୍ରତି‌ଷ୍ଠିତ ହାମଲେଜ୍‌କୁ ଭାରତରେ ରିଲାଏନ୍ସ ରିଟେଲ ପରିଚାଳନା କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.