Gallery: ଚିତ୍ରଶାଳା: ଶୈଶବର ଶିଳ୍ପୀ ଅମରେନ୍ଦ୍ର

1 week ago 8
ARTICLE AD BOX

ପିଲାଟି ଦିନରୁ ହିଁ କଳାର ପରିବେଶ ଭିତରେ ବଢ଼ିଛନ୍ତି ଚିତ୍ରଶିଳ୍ପୀ ଅମରେନ୍ଦ୍ର। ବାପା ହରେକୃଷ୍ଣ ମହାରଣା ଜଣେ ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ମୂର୍ତ୍ତିକାର। ବାପାଙ୍କ କଳାସାଧନାକୁ ନିକଟରୁ ଦେଖି ବଢ଼ିଥିବା ଅମରେନ୍ଦ୍ର ପରେ ତାଙ୍କ ପଦାଙ୍କ ଅନୁସରଣ କରି ଚିତ୍ରକଳାକୁ ନିଜ ଜୀବନର ସାଧନା ଭାବେ ଗ୍ରହଣ କରିଥିଲେ। କେନ୍ଦୁଝରଜିଲ୍ଲା ଘସିପୁରା ବ୍ଲକ୍‌ର ଅଳତୀ ଗାଁର ଏହି ଚିତ୍ରଶିଳ୍ପୀ ନିଜସ୍ୱ କଳାଶୈଳୀ ଓ ସୃଜନଶୀଳତା ବଳରେ ଆଜି ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି। ୧୯୮୧ରେ ଜନ୍ମିତ ଅମରେନ୍ଦ୍ର ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚିତ୍ରକଳା କ୍ଷେତ୍ରରେ ସକ୍ରିୟ ଅଛନ୍ତି। ମଙ୍ଗଳାୟତନ ବିଶ୍ୱବିଦ୍ୟାଳୟରୁ ଭିଜୁଆଲ୍‌ ଆର୍ଟସ୍‌ (ପେଣ୍ଟିଂ)ରେ ମାଷ୍ଟର୍ସ ଡିଗ୍ରି ହାସଲ କରିଥିବା ବେଳେ ଖଲ୍ଲିକୋଟ ଆର୍ଟ କଲେଜରୁ ବିଏଫ୍‌ଏ ଶିକ୍ଷାଲାଭ କରିଛନ୍ତି। ବାପାଙ୍କଠାରୁ ମିଳିଥିବା କଳାର ପ୍ରାଥମିକ ପ୍ରେରଣା ସହ ନିଜର ଅଧ୍ୟୟନ ଓ ଅନୁଭୂତିକୁ ମିଶାଇ ସେ ଚିତ୍ରକଳାରେ ଏକ ନିଜସ୍ୱ ଭାଷା ତିଆରି କରିଛନ୍ତି। ତାଙ୍କ ଚିତ୍ରରେ ଶୈଶବର କୌତୂହଳ, ଉତ୍ସାହ, ବିସ୍ମୟ ଓ ନିର୍ଭୀକ ଅଭିବ୍ୟକ୍ତିର ଛାପ ଦେଖିବାକୁ ମିଳେ।

Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍

୨୦୨୩ରେ ସେ ଶ୍ରୀଜୟଦେବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହାବ୍ୟତୀତ ପ୍ରଫୁଲ୍ଲ ଧାନୁକର୍‌ ଆର୍ଟ ଫାଉଣ୍ଡେସନ୍‌ ସିଟି ଆୱାର୍ଡ ଏବଂ ଏଚ୍‌ଡିଏଫ୍‌ସି ଟପ୍‌ ୫୦ ଆର୍ଟ ପ୍ରୋଜେକ୍ଟସ୍‌ରେ ମଧ୍ୟ ତାଙ୍କ କଳାକୃତି ସ୍ୱୀକୃତିଲାଭ କରିଛି। ୨୦୦୯ ମସିହାରେ ନିଜର ଚିତ୍ରକଳା ପ୍ରଦର୍ଶନ କରି ଅମରେନ୍ଦ୍ର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ। ମୁମ୍ବାଇ ଓ ଦିଲ୍ଲୀର ଇଣ୍ଡିଆ ଆର୍ଟ ଫେଷ୍ଟିଭାଲ୍‌, ୫୦ତମ ନ୍ୟାସ୍‌ନାଲ୍‌ ଏକ୍‌ଜିବିସନ୍‌ ଅଫ୍‌ ଆର୍ଟ ସମେତ ଇଟାଲୀର ରୋମ୍‌ ଓ ମାଲେସିଆର କୁଆଲାଲମ୍ପୁର୍‌ରେ ମଧ୍ୟ ତାଙ୍କ କଳାକୃତି ପ୍ରଦର୍ଶିତ ହୋଇଛି। ଲଳିତ କଳା ଏକାଡେମି ପକ୍ଷରୁ ଆୟୋଜିତ ଜାତୀୟ କ୍ୟାମ୍ପ୍‌ ଓ ବିଭିନ୍ନ ମ୍ୟୁରାଲ୍‌ ପ୍ରକଳ୍ପରେ ମଧ୍ୟ ସେ ଅଂଶଗ୍ରହଣ କରିଛନ୍ତି। ନିଜ ଚିତ୍ରକଳାକୁ ନେଇ ଅମରେନ୍ଦ୍ର କହନ୍ତି, ‘‘ଶୈଶବ ହେଉଛି ନିର୍ମଳ ଉତ୍ସାହର ଏକ ଋତୁ- କୌତୂହଳ, ବିସ୍ମୟ ଓ ଦୁନିଆର ମାୟାକୁ ସତରେ ଅନୁଭବ କରାଇଥିବା ଏକ କ୍ଷଣସ୍ଥାୟୀ ସମୟ। ଚିତ୍ର ସଂଗ୍ରହରେ ମୁଁ ସେହି ଉତ୍ସାହ ଓ ଆନନ୍ଦକୁ ଯଥାସମ୍ଭବ ଆନ୍ତରିକତାର ସହ ଧରି ରଖିବାକୁ ଚେଷ୍ଟା କରିଛି।’’

Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.