ARTICLE AD BOX
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହ ଉପକଣ୍ଠ ରାମସାଗର ନିକଟସ୍ଥ ପୁଲିସ ବାଟାଲିଅନ ବାରାକ ପାଖରୁ ଏକ ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତାର ମୃତଦେହ ଉଦ୍ଧାର ହୋଇଛି। ମୃତ ବଜ୍ରକାପ୍ତାର ଓଜନ ପ୍ରାୟ ୯ କିଲୋରୁ ଅଧିକ ହେବ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି।
Pangolin Scales Seized: ୩୫୨ଟି ବଜ୍ରକାପ୍ତା କାତି ଜବତ, ୬ ଗିରଫ
ବାରାକ ପରିସରରେ ବଜ୍ରକାପ୍ତାଟି ମୃତ ଅବସ୍ଥାରେ ପଡ଼ିଥିବା ନେଇ ସୂଚନା ମିଳିବା ପରେ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ବଜ୍ରକାପ୍ତାଟି ବାରାକ କେଉଁଠାରୁ ଆସିଥିଲା ଏବଂ କେତେ ସମୟ ଧରି ସେଠାରେ ପଡି ରହିଥିଲା, ତାହା ଜଣାପଡ଼ିନାହିଁ। ସେହିପରି ଏହାର ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ବନବିଭାଗ ଗୁରୁତ୍ୱର ସହ ନେଇଛି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଶୁ ଚିକିତ୍ସାଳୟକୁ ପଠାଯାଇଛି।
Arrested: ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ, ଅଭିଯୁକ୍ତ ଗିରଫ
ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଏହାର ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି। ମୃତ ବଜ୍ରକାପ୍ତାର ଓଜନ ପ୍ରାୟ ୯ କିଲୋରୁ ଅଧିକ ହେବ। ଅଚାନକ ରସ୍ତ ଉପରକୁ ଆସିଯିବା ଫଳରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥାଇପାରେ ବୋଲି ପ୍ରାଥମିକ ଭାବରେ ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ଓ ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ନିୟମ ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବଜ୍ରକାପ୍ତାର ମୃତଦେହ ନଷ୍ଟ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

22 minutes ago
2


