Football Team: ପ୍ରଥମ ଫ୍ରେଣ୍ଡ୍‌ଲି ମ୍ୟାଚ୍‌ରେ ଭାରତ ବିଜୟୀ

1 month ago 10
ARTICLE AD BOX

ବେଙ୍ଗାଲୁରୁ:ଭାରତୀୟ ଯୁବ ଫୁଟ୍‌ବଲ୍‌ ଦଳ (୨୦ ବର୍ଷରୁ କମ୍‌) ସିଙ୍ଗାପୁର ବିପକ୍ଷ ଗୁରୁତ୍ବପୂର୍ଣ୍ଣ ଫ୍ରେଣ୍ଡ୍‌ଲି ମ୍ୟାଚ୍‌କୁ ୩-୦ରେ ଜିତି ନେଇଛି। ସୋମବାର ରାତିରେ ବେଙ୍ଗାଲୁରୁସ୍ଥିତ ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପାଇଁ ରିଶି ସିଂହ ନିଙ୍ଗଥୋଖୋଙ୍ଗଜାମ (୪୫+୨ ମିନିଟ୍‌) ଏବଂ ସିଙ୍ଗାମୟୁମ ସାମି (୬୩ ମିନିଟ୍‌) ଗୋଲ୍‌ ଦେଇଥିବାବେଳେ ଅନ୍ୟଟି ସଙ୍ଗାପୁର ଖେଳାଳିଙ୍କ ନିଜସ୍ବ ଗୋଲ୍‌ରୁ ଆସିଥିଲା।

ବନ୍ଦ ଷ୍ଟାଡିୟମ୍‌ ଭିତରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଚୀନରେ ଖେଳାଯିବାକୁ ଥିବା ଆଗାମୀ ଏଏଫସି ଏସୀୟ କପ୍‌ (୨୦ ବର୍ଷରୁ କମ୍‌) ଯୋଗ୍ୟତା ପର୍ଯ୍ୟାୟର ପ୍ରସ୍ତୁତିର ଅଂଶବିଶେଷ। ଭାରତୀୟ ଯୁବ ଦଳ ଗୁରୁବାର ଆଉ ଏକ ମ୍ୟାଚ୍‌ ସିଙ୍ଗାପୁର ସହିତ ଖେଳିବ। ସୂଚନାଯୋଗ୍ୟ, ଏଏଫସି ଏସିଆନ୍‌ କପ୍‌ ଯୋଗ୍ୟତା ପର୍ଯ୍ୟାୟ ଅଗଷ୍ଟ ୩୧ରୁ ୬ ତାରିଖ ପର୍ଯ୍ୟନ୍ତ ଉଜବେକିସ୍ତାନରେ ଖେଳାଯିବ।

Arrested: ତ୍ରିଶାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ୍‌ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.