Flood: ବୁଢ଼ାବଳଙ୍ଗ, ଜଳକା, ସୋନରେ ବନ୍ୟା: ୧ଲକ୍ଷ ୩୦ହଜାର ଲୋକ ପ୍ରଭାବିତ

4 days ago 6
ARTICLE AD BOX

ବାଲେଶ୍ବର: ଲଗାଣ ବର୍ଷା ଯୋଗୁଁ  ବାଲେଶ୍ବର ଜିଲ୍ଲାର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ଆସିଥିବା ବେଳେ ଆଜି ନଦୀଗୁଡ଼ିକରେ ଜଳସ୍ତର ହ୍ରାସ ପାଇଥିବା ଦେଖାଯାଇଛି। ବୁଢ଼ାବଳଙ୍ଗ, ଜଳକା, ସୋନ ନଦୀ ଗତକାଲି ବିପଦ ସଙ୍କେତ ଅତିକ୍ରମ କରିଥିଲା। ଆଜି ଅପରାହ୍ଣ ୪ଟା ସୁଦ୍ଧା ଯଦିଓ ବିପଦସଙ୍କେତ ତଳକୁ ଖସିନି, କିନ୍ତୁ ଜଳସ୍ତର ଧୀରେଧୀରେ କମୁଛି। ବନ୍ୟା ଯୋଗୁଁ ୧ଲକ୍ଷ ୩୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। 

Flood In Jajpur: ଯାଜପୁର ବ୍ଲକରେ ବନ୍ୟା ପାଣି ଘେରରେ ୨୮ ପଞ୍ଚାୟତ

ସୂଚନା ଅନୁସାରେ, ବୁଢ଼ାବଳଙ୍ଗରେ ବିପଦ ସଙ୍କେତ ୮.୧୩ ମିଟର ଥିବା ବେଳେ ଆଜି ସକାଳ ୯ଟା ସୁଦ୍ଧା ୮.୬୬ ମିଟର, ଅପରାହ୍ଣ ୪ଟା ସୁଦ୍ଧା ୮.୩୮ ମିଟରରେ ପ୍ରବାହିତ ହେଉଛି। ଜଳକାରେ ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ସକାଳ ୯ଟା ସୁଦ୍ଧା ୮.୮୬ ମିଟର, ଅପରାହ୍ଣ ୪ଟା ସୁଦ୍ଧା ୬.୭୬ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି, କାଂଶବାଂଶ ନଦୀର ବିପଦ ସଙ୍କେତ ୭.୫୦ ମିଟର ଥିବା ବେଳେ ୭.୬୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ଅପେକ୍ଷା ଆଜି ସୋନ ନଦୀର ଜଳସ୍ତର କମିଛି। ରେମୁଣା, ନୀଳଗିରି ଭଳି ବ୍ଲକ୍‌ ସର୍ବାଧିକ ପ୍ରଭାବିତ ହୋଇଛି।

ଜିଲ୍ଲା ସଦର ମହକୁମା ସହ ଯୋଗା‌ଯୋଗ ବିଚ୍ଛିନ୍ନ

କମୁଛି  ୩ ନଦୀର ଜଳସ୍ତର
ସମୀକ୍ଷା କଲେ କେ. ସୁଦର୍ଶନ ଚକ୍ରବର୍ତ୍ତୀ 

ସଦର ବ୍ଲକର ୧୫ଟି ପଞ୍ଚାୟତର ଯୋଗାଯୋଗ ଜିଲ୍ଲା ସଦର ମହକୁମା ସହ ବିଚ୍ଛିନ୍ନ ହୋଇଯାଇଛି। ସଦର ବ୍ଲକ୍‌ର ଗୁଜୁରୀବଜାର, ବାଲେଶ୍ବର-ଫୁଲାଡ଼ି ରାସ୍ତା ବୁଡ଼ିଯାଇଥିବାରୁ ଜିଲ୍ଲା ସଦର ମହକୁମାକୁ ବିଭିନ୍ନ ପଞ୍ଚାୟତର ଲୋକ ଆସିପାରୁ ନାହାନ୍ତି। ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ଘଟୁଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମିନି।  ଜିଲ୍ଲାର ୧୫୦ଟି ପଞ୍ଚାୟତର ୧ ଲକ୍ଷ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲା ଜରୁରିକାଳୀନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ୨୮ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

Investigation: କମର୍ଦ୍ଦା, ହାତୀହୁଡ଼ିରେ ଖଣି ସୁରକ୍ଷା ଉପନିର୍ଦ୍ଦେଶକଙ୍କ ତଦନ୍ତ

ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ବର ଜିଲ୍ଲାର ବନ୍ୟା ମୁକିବିଲା ପାଇଁ ଓଏସ୍‌ସିଏସ୍‌ସିର ଏମ୍‌ଡି କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଦାୟିତ୍ବ ପ୍ରଦାନ କରାଯିବା ପରେ ସେ ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ସେ ଏକ ସମୀକ୍ଷା ବୈଠକ କରିଛନ୍ତି। ବନ୍ୟା ଓ ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ସେ ଗୁରୁତ୍ବ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.