Flood In Mahanadi: ମହାନଦୀରେ ବନ୍ୟା; ସୁରକ୍ଷିତ ଓ ବୈଜ୍ଞାନିକ ଢାଞ୍ଚାରେ ବନ୍ୟାଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ

4 days ago 1
ARTICLE AD BOX

ଭୁବନେଶ୍ୱର: ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ମହାନଦୀରେ ବନ୍ୟାଜଳର ପ୍ରବାହ ଏବଂ ଜଳ ପରିଚାଳନା ବ୍ୟବସ୍ଥାର ସମୀକ୍ଷା ପାଇଁ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଆଜି ମୁଣ୍ଡଳି ୱେୟାର ଓ ନରାଜ ବ୍ୟାରେଜ ପରିଦର୍ଶନ କରିଥିଲେ।

ମୁଣ୍ଡଳି ୱେୟାରରେ ମହାନଦୀ ନଦୀ ବ୍ୟବସ୍ଥା ଦେଇ ପ୍ରବାହିତ ବନ୍ୟାଜଳର ସ୍ଥିତି ଓ ଏହାର ନିୟନ୍ତ୍ରିତ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କରିଥିଲେ ଶ୍ରୀମତୀ ଶର୍ମା। ଏହି ଅବସରରେ ସେଣ୍ଟ୍ରାଲ୍ ଇରିଗେସନ୍ ସର୍କଲ୍, ଭୁବନେଶ୍ୱରର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଉପସ୍ଥିତ ଥିଲେ। ନଦୀର ଜଳସ୍ତର, ପ୍ରବାହ ପରିସ୍ଥିତି ଏବଂ ତଳମୁଣ୍ଡ ଅଞ୍ଚଳର ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ୟାଜଳର ସୁଚାରୁ ପରିଚାଳନା ପାଇଁ ସେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ପରବର୍ତ୍ତୀ ସମୟରେ ଶ୍ରୀମତୀ ଶର୍ମା ନରାଜ ବ୍ୟାରେଜ ପରିଦର୍ଶନ କରି ବ୍ୟାରେଜର କଣ୍ଟ୍ରୋଲ୍ ରୁମ୍‌ରେ ସ୍ଥାପିତ ଆଧୁନିକ ସ୍କାଡା ପ୍ରଣାଳୀ ମାଧ୍ୟମରେ ବ୍ୟାରେଜ ଗେଟ୍‌ର ପରିଚାଳନା ଓ ନିରୀକ୍ଷଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସ୍କାଡା ପ୍ରଣାଳୀ ମାଧ୍ୟମରେ ବ୍ୟାରେଜ ଗେଟ୍‌ର ରିଅଲ୍-ଟାଇମ୍ ନିରୀକ୍ଷଣ, ଜଳ ପ୍ରବାହର ସଠିକ୍ ମୂଲ୍ୟାଙ୍କନ ଏବଂ ଗେଟ୍ ପରିଚାଳନାର କାର୍ଯ୍ୟଦକ୍ଷତାର ଉପରେ ଅଲୋଚନା ହୋଇଥିଲା। ସେ କ୍ଷେତ୍ରସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଚବିଶ ଘଣ୍ଟିଆ ସତର୍କତା ଅବଲମ୍ବନ କରିବା, ସ୍କାଡା ପ୍ରଣାଳୀ ମାଧ୍ୟମରେ ଗେଟ୍‌ର କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିବା ଏବଂ ଯେକୌଣସି ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ଯାନ୍ତ୍ରିକ ମୁଖ୍ୟ ଯନ୍ତ୍ରୀ,  ଭୁବନେଶ୍ୱରର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଏବଂ ପୂର୍ବାଞ୍ଚଳ ପରିମଣ୍ଡଳ–୧, କଟକର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଉପସ୍ଥିତ ଥିଲେ।

Mahanadi River: ଫୁଲୁଛି ମହାନଦୀ: ୨୦ ଜିଲ୍ଲାର ୭ ଲକ୍ଷ ଲୋକ ପ୍ରଭାବିତ

ବନ୍ୟାଜଳର ପ୍ରବାହ, ଉପରମୁଣ୍ଡ ଓ ତଳମୁଣ୍ଡ ଅଞ୍ଚଳର ପରିସ୍ଥିତି ଏବଂ ବୈଜ୍ଞାନିକ ତଥ୍ୟର ନିରନ୍ତର ବିଶ୍ଳେଷଣ ଆଧାରରେ ବ୍ୟାରେଜ ଗେଟ୍ ପରିଚାଳନା କରାଯାଉଛି। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସୁରକ୍ଷିତ ଓ ସୁନିୟୋଜିତ ଭାବେ ବନ୍ୟାଜଳ ନିଷ୍କାସନ ସୁନିଶ୍ଚିତ କରିବା ସହ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.