ARTICLE AD BOX
ରାଜକନିକା (ପ୍ରବୀଣ କୁମାର ବଳ): ବୈତରଣୀ ନଦୀରେ ବନ୍ୟା ହଜାର ହଜାର ଲୋକଙ୍କୁ ଯନ୍ତ୍ରଣା ଦେଇଛି। ଲୋକଙ୍କର ନିଦ ହଜାର ଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅଧୀନ କାଇମା କନପୁରୁ ଗାଁର ମୁଖ୍ୟ ରାସ୍ତାରେ ଚାରି ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି। ଏଠାରେ ପ୍ରାୟ ଦୁଇ ଶହ ପରିବାର ଜଳବନ୍ଦି ଜୀବନଯାପନ କରୁଛନ୍ତି। ଗାଁ ଦାଣ୍ଡରେ ଡ଼ଙ୍ଗା ଚାଲିଛି। ପିଇବା ପାଣି ପାଇଁ ଜୀବନକୁ ବାଜି ଲଗାଉଛନ୍ତି। କୁମ୍ଭୀର ଭୟ ଉପୁଜିଛି। ରିପୋର୍ଟ ଲେଖାଯିବା ବେଳକୁ ପ୍ରଶାସନ ପହଞ୍ଚି ପାରି ନାହିଁ।
/sambad/media/post_attachments/da78e6d9-57a.png)
ଲଗାଣ ବର୍ଷା ପରେ ଏବେ ବୈତରଣୀ ନଦୀରେ ବନ୍ୟା ଆସିଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ନଦୀ କୂଳିଆ ଗାଁ ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି l ବାରlହା ଦୋମଣ୍ଡ ପଞ୍ଚାୟତର କାଇମା କନପୁରୁ, ସେଠିସାହି ଗାଁର ମୁଖ୍ୟରାସ୍ତାରେ ୫ ଫୁଟ ଉଚ୍ଚର ବନ୍ୟା ଜଳ, ଦୁଇ ଶହ ପରିବାର ଜଳବନ୍ଦି।
Flood In Jajpur: ବନ୍ୟା କବଳରୁ ୨ ଗର୍ଭବତୀ ଉଦ୍ଧାର; ୮୦ ବର୍ଷୀୟ ବୃଦ୍ଧ ଗୁରୁତର
ଗାଁ ଦାଣ୍ଡରେ ଚାଲିଛି ଡ଼ଙ୍ଗା, ପିଇବା ପାଣି ଲାଗି ଜୀବନକୁ ବାଜି ଲଗାଇ ପାଣି ପସି ବିପଦ ସଂକୁଳ ଅବସ୍ଥାରେ ଏକ କିମି ଆସୁଛନ୍ତି ଲୋକେl ଘର ଭିତରେ ଆଣ୍ଠୁଏ ପାଣି, ଛାତ ଉପରେ ରହିଛନ୍ତି ପରିବାରl ଗାଁରେ ବୁଡି ଯାଇଛି ନଳକୂପ, ଡ଼ଙ୍ଗା ସାହାଯ୍ୟ ରେ ଆଣୁ ଛନ୍ତି ପିଇବା ପାଣି ପ୍ରଶାସନ ପକ୍ଷରୁ ନା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି। ନା ଶୁଖିଲା ଖାଦ୍ୟ, ନା ପିଇବା ପାଣିର ର ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚି ପାରିନାହିଁ। ଲୋକମାନଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଉଛିl ନଦୀ କୂଳରେ ଗାଁ ଥିବାରୁ କୁମ୍ଭୀର ଓ ସାପ ଭୟ ଉପୁଜିଛିl

4 days ago
4


