Flood In Bhadrak: ଭଦ୍ରକରେ ବନ୍ୟା; ୧ ଲକ୍ଷ ୭୫ ହଜାର ଲୋକଙ୍କୁ ସ୍ଥାନାନ୍ତର

3 days ago 1
ARTICLE AD BOX

ଭଦ୍ରକ (ହରିହର ନାୟକ): ଭଦ୍ରକ  ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ମଧ୍ୟରେ ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଆଜି ସନ୍ଧ୍ୟା ଜିଲ୍ଲାର ୧୧୦ଟି ଗ୍ରାମ ପଞ୍ଚାୟତ ଓ ୨୬ଟି ୱାର୍ଡର ୪୨୩ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି।ମୋଟ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧ ଲକ୍ଷ ୭୬ ହଜାର ବିପନ୍ନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ୨୮୬ଟି ସ୍ଥାନରେ ରନ୍ଧାଖାଦ୍ୟ ବିତରଣ କରାଯାଉଛି। ଏଥିସହ ୨୪୮.୮ କ୍ୱିଣ୍ଟାଲ ଚୁଡ଼ା ଓ ୩୩.୮୮ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି।

IMG_20260731_105336

ବ୍ଲକ୍‌ୱାରୀ ସ୍ଥିତି ଅନୁଯାୟୀ, ଧାମନଗର ବ୍ଲକର ୩୦ଟି ଗ୍ରାମ ପଞ୍ଚାୟତ ଓ ୧୪ଟି ୱାର୍ଡର ୧୪୭ଟି ଗ୍ରାମର ୧,୮୨,୩୦୨ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧,୦୫,୯୭୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ୧୪୦ଟି ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଥିବା ବେଳେ ୯୨.୭୫ କ୍ୱିଣ୍ଟାଲ ଚୁଡ଼ା ଓ ୯.୩ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି।

ଭଣ୍ଡାରିପୋଖରୀ ବ୍ଲକର ୧୯ଟି ଗ୍ରାମ ପଞ୍ଚାୟତର ୭୭ଟି ଗ୍ରାମର ୭୨,୨୦୩ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୫,୪୪୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୨୫ଟି ମାଗଣା ରୋଷେଇ କେନ୍ଦ୍ର, ୪୦.୦୮ କ୍ୱିଣ୍ଟାଲ ଚୁଡ଼ା ଓ ୪.୦୮ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ତିହିଡ଼ି ବ୍ଲକର ୩୦ଟି ଗ୍ରାମ ପଞ୍ଚାୟତର ୧୦୨ଟି ଗ୍ରାମର ୯୮,୬୦୨ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୭,୮୬୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୩୦ଟି ମାଗଣା ରୋଷେଇ କେନ୍ଦ୍ର, ୫୬ କ୍ୱିଣ୍ଟାଲ ଚୁଡ଼ା ଓ ୫ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି।

IMG_20260731_105006

ସେହିପରି ବାସୁଦେବପୁର ବ୍ଲକର ୬ଟି ଗ୍ରାମ ପଞ୍ଚାୟତର ୧୩ଟି ଗ୍ରାମର ୭,୨୦୫ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୩,୧୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୪ଟି ମାଗଣା ରୋଷେଇ କେନ୍ଦ୍ର, ୧.୨ କ୍ୱିଣ୍ଟାଲ ଚୁଡ଼ା ଓ ୦.୩ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ଭଦ୍ରକ ବ୍ଲକର ୧୭ଟି ଗ୍ରାମ ପଞ୍ଚାୟତ ଓ ୧୨ଟି ୱାର୍ଡର ୬୧ଟି ଗ୍ରାମର ୭୩,୧୦୬ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୧,୦୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୫୬ଟି ମାଗଣା ରୋଷେଇ କେନ୍ଦ୍ର, ୩୨.୮ କ୍ୱିଣ୍ଟାଲ ଚୁଡ଼ା ଓ ୯.୨ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ଚାନ୍ଦବାଲି ବ୍ଲକର ୮ଟି ଗ୍ରାମ ପଞ୍ଚାୟତର ୨୩ଟି ଗ୍ରାମର ୩୫,୨୩୧ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୪,୭୪୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୩୧ଟି ମାଗଣା ରୋଷେଇ କେନ୍ଦ୍ର, ୨୬ କ୍ୱିଣ୍ଟାଲ ଚୁଡ଼ା ଓ ୬ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଧାମନଗର, ଧୁଷୁରୀ (ଧାମନଗର) ଓ ତିହିଡ଼ି ବ୍ଲକରେ ୩ଟି ଏନଡିଆରଏଫ  ଟିମ୍, ଧାମନଗର, ଭଣ୍ଡାରିପୋଖରୀ ଓ ବାସୁଦେବପୁର ବ୍ଲକରେ ୭ଟି ଓଡ୍ରାଫ  ଟିମ୍ ଏବଂ ସମସ୍ତ ବ୍ଲକରେ ୧୧ ଟି  ଅଗ୍ନିଶମ ବାହିନୀର ଟିମ୍‌ ମୁତୟନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ପ୍ରଭାବିତ ଲୋକଙ୍କୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କର ଆଜି ଅବସର ଦିନରେ ମଧ୍ୟ ସେ ବିଭିନ୍ନ ବନ୍ୟା ବିପନ୍ନଙ୍କୁ ଭେଟି ସେମାନଙ୍କର  ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। 

Flood In Bhadrak: ସାଳନ୍ଦୀ ବନ୍ୟାରେ ଉବୁଡୁବୁ ଭଦ୍ରକ ସହର

Read Entire Article
LEFT SIDEBAR AD

Hidden in mobile, Best for skyscrapers.