Fish labs: ବନ୍ଦ ପଡ଼ିଛି ମତ୍ସ୍ୟ ଲ୍ୟାବ୍‌ ଓ ଟେଷ୍ଟିଂ ସେଣ୍ଟର

1 week ago 8
ARTICLE AD BOX

ବାଲେଶ୍ୱର(କବିତା ପାତ୍ର): ବାଲେଶ୍ୱର ପୌରାଞ୍ଚଳର ୩ ନମ୍ବର ୱାର୍ଡ ଦିଗିରହଣିଆଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମତ୍ସ୍ୟ ଲ୍ୟାବ୍‌ ଓ ଟେଷ୍ଟିଂ ସେଣ୍ଟର୍‌ ଏବେ ପରିତ୍ୟକ୍ତ ହୋଇପଡ଼ିଛି। କର୍ମଚାରୀ ଅଭାବରୁ ବହୁଦିନ ଧରି ବନ୍ଦ ଥିବା ଏହି କେନ୍ଦ୍ରକୁ ଘାସବଣ ଘେରି ଯାଇଥିବାବେଳେ ରାତି ହେଲେ ଅସାମାଜିକଙ୍କ ଆଡ଼ା ଜମୁଛି। ପ୍ରାୟ ୫ ବର୍ଷ ପୂର୍ବରୁ ୧ ଏକର ଜମିରେ ୨ ମହଲା ବିଶିଷ୍ଟ ଲ୍ୟାବ୍‌ ଓ ଟ୍ରେନିଂ ସେଣ୍ଟର ନିର୍ମାଣ କରାଯାଇଥିଲା। ଏଠାରେ ଜିଲ୍ଲାର ମତ୍ସ୍ୟଚାଷୀମାନଙ୍କୁ ପାଣି, ମାଟି ଓ ମାଛର ରୋଗ ପରୀକ୍ଷା ସୁବିଧା  ସହ ମାଛଚାଷ ସମ୍ପର୍କିତ ତାଲିମ ପ୍ରଦାନ ବ୍ୟବସ୍ଥା ଥିଲା।

Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ

ହେଲେ ନିର୍ମାଣ ପରଠୁ ଏହା ବନ୍ଦ ପଡ଼ିଥିଲା। ବାରମ୍ବାର ଅଭିଯୋଗ ପରେ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ କର୍ମଚାରୀ ଅଭାବରୁ ବର୍ତ୍ତମାନ ପୁଣି ସେଣ୍ଟର୍‌ଟି ବନ୍ଦ ହୋଇଯାଇଛି। ଫଳରେ କେନ୍ଦ୍ର ପରିସରରେ ଘାସ ଓ ବଡ଼ ବଡ଼ ଗଛ ଉଠିଯାଇଥିବାବେଳେ ‌େକାଠାର ଝରକା, କବାଟ ସହ ଅନ୍ୟ ସାମଗ୍ରୀ ଚୋରି ହୋଇଗଲାଣି। ଗେଟ୍‌ରେ ତାଲାପଡ଼ିଥିଲେ ମଧ୍ୟ ଘର ଓ ଛାତ ଖୋଲା ରହୁଥିବାରୁ ରାତିରେ ନିଶାସକ୍ତ ଓ ଅସାମାଜିକଙ୍କ ଆସର ଜମୁଛି। କାଉନ୍‌ସିଲର ରୋଜାଲିନ ପାଣି କହିଛନ୍ତି, ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରରୁ ମତ୍ସ୍ୟଚାଷୀମାନେ କୌଣସି ସୁବିଧା ପାଉନାହାନ୍ତି। କୋଠାର ଝରକା ଓ କବାଟ ଭାଙ୍ଗି ଚୋରି ହୋଇଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ବିହିତ ପଦକ୍ଷେପ ନିଆଯାଇନି।

Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଏନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦେବବ୍ରତ ସାମଲ କହିଛନ୍ତି, ଏହି କେନ୍ଦ୍ରରେ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ରାତିରେ ସୁରକ୍ଷାକର୍ମୀ ନଥିବାରୁ ଦୁର୍ବୃତ୍ତମାନେ ବହୁ ସାମଗ୍ରୀ ଚୋରି କରିନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ କରାଯାଇଛି। ବର୍ତ୍ତମାନ ନିକଟସ୍ଥ ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରରେ ପରୀକ୍ଷା ସେବା ଯୋଗାଇ ଦିଆଯାଉଛି। ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖାଯାଉଛି। ବାଲେଶ୍ବର ଭଳି ଏକ ମତ୍ସ୍ୟସମୃଦ୍ଧ ଜିଲ୍ଲାରେ ମତ୍ସ୍ୟ ଲ୍ୟାବ୍‌ ଓ ଟେଷ୍ଟିଂ ସେଣ୍ଟର୍‌ ପ୍ରତିଷ୍ଠା ପରେ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିଲା। ହେଲେ ସେଣ୍ଟର୍‌ କାର୍ଯ୍ୟକାରୀ ନହେବା ଫଳରେ ସେମାନେ ନିରାଶ ହୋଇଛନ୍ତି। ମତ୍ସ୍ୟଜୀବୀଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.