ARTICLE AD BOX
ଜଗତସିଂହପୁର ସଦର: ଜଗତସିଂହପୁର ଜିଲ୍ଲାଅବକାରୀ ସ୍କ୍ବାଡ୍ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ମଦ ଓ ବ୍ୟବହୃତ ସାମଗ୍ରୀ ଓ ଖୋଲା ବୋତଲ ଜବତ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି। ଅବକାରୀ ସ୍କ୍ବାଡ୍ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ସୂଚନା ଅନୁସାରେ ଜଗତସିଂହପୁର ଥାନା ଅନ୍ତର୍ଗତ ନୂଆଗଡ଼ା ଛକ ନିକଟ ରାସ୍ତାରେ ଚଢାଉ କରି କର୍କ ଏବଂ ଖାଲି ବୋତଲ ସହିତ ୯.୯୦୦ ଲିଟର ଡୁପ୍ଲିକେଟ୍ ବିଦେଶୀ ମଦ ଏବଂ ୧୫ ଲିଟର ମଦ ଜବତ କରିବା ସହିତ ଅଇନିପୁର ଗ୍ରାମର ମହେଶ୍ବର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ
ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।
ମଦ ବେପାରୀ ପ୍ରଫୁଲ୍ଲ ଦାସଙ୍କୁ କୋର୍ଟ ଚାଲାଣ କରିଥିଲେ
ସେହିଭଳି ଓ୍ବାରେଲସ୍ ଛକ ନିକଟ ରାସ୍ତାରେ ଅନ୍ୟ ଏକ ମାମଲରେ ୬.୪୮୦ ଲିଟର ବିଦେଶୀ ଚୋରା ମଦ ଜବତ କରାଯିବା ସହିତ ଅଇନିପୁର ଗ୍ରାମର ମଦ ବେପାରୀ ପ୍ରଫୁଲ୍ଲ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଥିଲେ। ଏହି ଚଢଉରେ ସବଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏଏସଆଇ କ୍ଷୀରୋଦ ସାହୁ, କନେଷ୍ଟବଳ ସୁକାନ୍ତ ମାଝୀ ଓ ବିଶ୍ବନାଥ ମୁଣ୍ଡା ପ୍ରମୁଖ ସାମିଲ ଥିଲେ ।

4 days ago
7


