Exam results: ଯୁକ୍ତ୨ ତତ୍କାଳ ପରୀକ୍ଷାଫଳ ପ୍ରକାଶ: ୧୭୩୫ରୁ ୧,୪୦୩ ଉତ୍ତୀର୍ଣ୍ଣ

4 days ago 7
ARTICLE AD BOX

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ତତ୍କାଳ(ଇନ୍‌ଷ୍ଟାଣ୍ଟ) ଓ ଉନ୍ନତି(ଇମ୍ପ୍ରୁଭ୍‌ମେଣ୍ଟ) ପରୀକ୍ଷାଫଳ ଆଜି ଅପରାହ୍ଣରେ ପ୍ରକାଶ ପାଇଛି। କଳା ବିଭାଗରେ ପରୀକ୍ଷା ଦେଇଥିବା ୧,୦୮୩ଜଣଙ୍କ ମଧ୍ୟରୁ ୯୩୯ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୮୬.୭୦% ହୋଇଛି। ପରୀକ୍ଷା ଦେଇଥିବା ୫୭୭ ଛାତ୍ରଙ୍କ ମଧ୍ୟରୁ ୪୮୨ ଓ ୫୦୬ ଛାତ୍ରୀଙ୍କ ମଧ୍ୟରୁ ୪୫୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୭୭ଜଣ ପ୍ରଥମ, ୩୫୩ଜଣ ଦ୍ବିତୀୟ ଓ ୫୦୯ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବାଣିଜ୍ୟ ବିଭାଗରେ ୪୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୦ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୧.୬୩% ହୋଇଛି। ୩୦ଜଣ ଛାତ୍ରଙ୍କ ମଧ୍ୟରୁ ୨୫ ଓ ୧୯ଜଣ ଛାତ୍ରୀଙ୍କ ମଧ୍ୟରୁ ୧୫ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୮, ଦ୍ବିତୀୟ ଶ୍ରେଣୀରେ ୧୭ ଓ ତୃତୀୟ ଶ୍ରେଣୀରେ ୧୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ୫୮୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୦୮ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୬୯.୭୪% ହୋଇଛି। ପରୀକ୍ଷା ଦେଇଥିବା ୩୨୬ ଛାତ୍ରଙ୍କ ମଧ୍ୟରୁ ୨୨୬ ଓ ୨୫୯ ଛାତ୍ରୀଙ୍କ ମଧ୍ୟରୁ ୧୮୨ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୨୧୭, ଦ୍ବିତୀୟ ଶ୍ରେଣୀରେ ୧୭୦ ଓ ତୃତୀୟ ଶ୍ରେଣୀରେ ୨୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜ‌ଣେ ପରୀକ୍ଷାର୍ଥୀ କମ୍ପାଟ୍‌ମେଣ୍ଟ ପାଇଁ ରହିଛନ୍ତି। ଧନ୍ଦାମୂଳକରେ ପରୀକ୍ଷା ଦେଇଥିବା ୧୭ଜଣଙ୍କ ମଧ୍ୟରୁ ୧୬ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୪, ଦ୍ବିତୀୟରେ ୯ ଓ ତୃତୀୟ ଶ୍ରେଣୀରେ ୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

Book Released: ହଜିଯାଉଥିବା ଶବ୍ଦର କବିତା ପୁସ୍ତକ ଉନ୍ମୋଚିତ

କଳାରେ ୮୬.୭୦%, ବାଣିଜ୍ୟରେ ୮୧.୬୩%, ବିଜ୍ଞାନରେ ୬୯.୭୪% ପାସ୍‌
ଅଗଷ୍ଟ ୧୫ ମଧ୍ୟରେ ମିଳିବ ସାର୍ଟିଫିକେଟ୍‌ର ହାର୍ଡକପି

ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟର ୩୨ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗରେ ମୋଟ ୪,୫୨୫ଜଣ ପଞ୍ଜିକୃତ କରିଥିଲେ। ତତ୍କାଳ ପରୀକ୍ଷା ପାଇଁ ୧,୭୪୧ ଓ ଉନ୍ନତି ପରୀକ୍ଷା ପାଇଁ ୨,୭୮୪ଜଣ ଛାତ୍ରଛାତ୍ରୀ ରହିଥିଲେ। ଆଜି ଅପରାହ୍ଣ ୫ଟାରୁ https://results.odisha.gov.in ୱେବ୍‌ସାଇଟ୍‌ରୁ ପରୀକ୍ଷାର୍ଥୀ ଫଳ ଜାଣିପାରିବେ। ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଫଳ ସାମ୍‌ସ ଇ-ସ୍ପେସ୍‌ରେ ମଧ୍ୟ ଉପଲବ୍ଧ ହେବ। ଡିଜି ଲକର୍‌ ମାଧ୍ୟମରେ ମାର୍କସିଟ୍ ଓ ସାର୍ଟିଫିକେଟ୍ ପରି ଡିଜିଟାଲ୍ ଏକାଡେମିକ୍ ଡକ୍ୟୁମେଣ୍ଟ୍ ପ୍ରଦାନ କରାଯିବ। ଛାତ୍ରଛାତ୍ରୀ ନିଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରୁ ସିଏଚ୍‌ଏସ୍‌ଇ ଦ୍ବାରା ଦ୍ୱାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ୍ ଓ ମାର୍କସିଟ୍‌ର ହାର୍ଡକପି ଅଗଷ୍ଟ ୧୫ ମଧ୍ୟରେ ପାଇବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

Horoscope 2026 July 30: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.