ARTICLE AD BOX
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ଛକ ନିକଟରେ ସିମୁଳିଆ ପୋଲିସର ଏନକାଉଣ୍ଟର । ଗତକାଲି ବିଳମ୍ବିତ ରାତିରେ ରାଣୀତାଲ-କୁପାରୀ ରୋଡରେ ଅଡା ନିକଟରେ ବିଭିନ୍ନ ମାମଲାରେ ରାଜ୍ୟ ଓ ରାଜ୍ୟ ବାହାର ମାମଲା ଥିବା ଲୋକେଶ ଓ ତାଙ୍କ ସହଯୋଗୀ କୌଣସି ଷଡଯନ୍ତ୍ର କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା
/sambad/media/media_files/2025/11/24/encounter-2025-11-24-01-54-35.jpg)
ଖଇରା: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ଛକ ନିକଟରେ ସିମୁଳିଆ ପୋଲିସରଏନକାଉଣ୍ଟର । ଗତକାଲି ବିଳମ୍ବିତ ରାତିରେ ରାଣୀତାଲ-କୁପାରୀ ରୋଡରେ ଅଡା ନିକଟରେ ବିଭିନ୍ନ ମାମଲାରେ ରାଜ୍ୟ ଓ ରାଜ୍ୟ ବାହାର ମାମଲା ଥିବା ଲୋକେଶ ଓ ତାଙ୍କ ସହଯୋଗୀ କୌଣସି ଷଡଯନ୍ତ୍ର କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l
ଆହୁରି ପଢନ୍ତୁ: Workers Rescued: ତ୍ରିଶୂଳୀ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ
ସୂଚନା ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ରାସ୍ତାରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା । ପୋଲିସକୁ ଦେଖି ଦୁର୍ବୃତ୍ତମାନେ ପ୍ରଥମେ ଗୁଳି ଚଳାଇଥିବା ଜଣାପଡିଛି ।ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା । ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶର ଗୋଡରେ ଗୁଳି ବାଜିଛି । ଆହତ ଲୋକେଶକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାସ୍ଥଳରୁ ଅନ୍ୟ ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଛି । ଫେରାର ଅପରାଧୀକୁ ଧରିବା ପାଇଁ ପୋଲିସ ପକ୍ଷରୁ ତଲାସି ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ମୁତୟନ ଥିବା ବେଳେ ଏନକାଉଣ୍ଟର ଘଟଣାକୁ ନେଇ ତଦନ୍ତ ଚାଲିଛି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
8


