ED Raids 13 Locations: ରୋହିଙ୍ଗ୍ୟା ଓ ବାଂଲାଦେଶୀ ଅନୁପ୍ରବେଶ ମାମଲା: ଆତଙ୍କବାଦୀ ପାଣ୍ଠି ଯୋଗାଣ ସନ୍ଦେହରେ ୧୩ଟି ସ୍ଥାନରେ ଇଡିର ଚଢ଼ାଉ

2 weeks ago 10
ARTICLE AD BOX

ଲକ୍ଷ୍ନୌ: ଦେଶରୁ ରୋହିଙ୍ଗ୍ୟା ଓ ବାଂଲାଦେଶୀ ନାଗରିକଙ୍କ ବେଆଇନ୍ ଅନୁପ୍ରବେଶ କରାଇବା ଏବଂ ସେମାନଙ୍କୁ ଆତଙ୍କବାଦୀ ପାଣ୍ଠି ଯୋଗାଉଥିବା ଏକ ସଂଗଠିତ ସିଣ୍ଡିକେଟ୍ ବିରୋଧରେ ପବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆଜି ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାରେ ଯାଞ୍ଚ ଏଜେନ୍ସି ଲକ୍ଷ୍ନୌ ସମେତ ସମୁଦାୟ ୧୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଉତ୍ତରପ୍ରଦେଶ ଆଣ୍ଟି-ଟେରୋରିଜିମ୍ ସ୍କ୍ଵାର୍ଡ ଦ୍ଵାରା ରୁଜୁ ହୋଇଥିବା ପ୍ରାଥମିକ ଏଫଆଇଆରକୁ ଆଧାର କରି ଇଡି ମନି ଲଣ୍ଡରିଂ ନିରୋଧୀ ଆକ୍ଟ ଅଧୀନରେ ଏହି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଏହି ସଂଗଠିତ ଚକ୍ରଟି ବେଆଇନ୍ ଅନୁପ୍ରବେଶକାରୀଙ୍କ ପାଇଁ ଜାଲ୍ ଭାରତୀୟ ପରିଚୟପତ୍ର ପ୍ରସ୍ତୁତ କରିବା ସହ ଦେଶର ବିଭିନ୍ନ ପ୍ରାନ୍ତରେ ସେମାନଙ୍କ ଥଇଥାନ୍ ପ୍ରକ୍ରିୟାରେ ସହାୟତା କରୁଥିଲା।

ଆହୁରି ପଢ଼ନ୍ତୁ: ପ୍ରଭୁ ଜଗନ୍ନାଥଙ୍କୁ କରାଯିବ ୧୦୮ ପ୍ରକାରର ୧୧,୦୦୦ ଆମ୍ବ ଅର୍ପଣ

ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଏକ ଗଭୀର ଆର୍ଥିକ ନେଟଵାର୍କର ପର୍ଦ୍ଦାଫାସ ହୋଇଛି, ଯେଉଁଥିରେ କେତେକ ଚାରିଟେବୁଲ୍ ଟ୍ରଷ୍ଟ ଓ ସଂସ୍ଥା ବହୁ ପରିମାଣର ବୈଦେଶିକ ଅନୁଦାନ ପାଉଥିଲେ। ପରବର୍ତ୍ତୀ ସମୟରେ ଏହି ଅର୍ଥକୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ମ୍ୟୁଲ ଆକାଉଣ୍ଟ ଓ ଜଟିଳ କାରବାର ମାଧ୍ୟମରେ ବେଆଇନ୍ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଇଥିଲା। ସନ୍ଦେହଜନକ ହିତାଧିକାରୀଙ୍କୁ ପାଣ୍ଠି ହସ୍ତାନ୍ତର କରିବା ପାଇଁ ବ୍ୟାଙ୍କରୁ ନଗଦ ଟଙ୍କା ଉଠାଣ ଓ ଛେଟ ଛୋଟ ଅର୍ଥ କାରବାରର ମଧ୍ୟ ସାହାରା ନିଆଯାଉଥିବା ଜଣାପଡ଼ିଛି। ଏହି ଆର୍ଥିକ କାରବାରର ମୂଳ ସ୍ରୋତ ଏବଂ ଏହା ପଛରେ ଥିବା ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଇଡି ଏବେ ସନ୍ଦେହଘେରରେ ଥିବା ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖିଛି।

ଆହୁରି ପଢ଼ନ୍ତୁ: ଓଏଫ୍‌ଟିଡିଏ ପକ୍ଷରୁ ରଥଯାତ୍ରାରେ ବିବିଧ ସେବା ପ୍ରଦାନ, ବହୁ ସିନେ ନିର୍ଦ୍ଦେଶକ ସାମିଲ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.