E20 Controversy: ଇ-୨୦ ବିବାଦ: ୧୧ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୀତିନ୍ ଗଡ଼କରୀ...

5 days ago 5
ARTICLE AD BOX

ମୁମ୍ବାଇ, ୨୯/୭: କେନ୍ଦ୍ର ସରକାରଙ୍କ ଇଥାନଲ୍-ମିଶ୍ରଣ କାର୍ଯ୍ୟକ୍ରମ ସହ ନିଜକୁ ଏବଂ ନିଜ ପରିବାରକୁ ଯୋଡ଼ି ସୋସିଆଲ ମିଡିଆରେ ଭ୍ରାନ୍ତକର ତଥ୍ୟ, ଆପତ୍ତିଜନକ ପୋଷ୍ଟ ଓ ଏଆଇ-ଜନିତ ‘’ଡିପଫେକ୍’’ ଭିଡିଓ ପ୍ରସାରଣ କରାଯାଉଥିବା ନେଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ୍ ଗଡ଼କରୀ। ନିଜର ବ୍ୟକ୍ତିଗତ ଅଧିକାର ଓ ସୁନାମ କ୍ଷୁଣ୍ଣ ହେଉଥିବା ଦର୍ଶାଇ ସେ ୧୧ କୋଟି ଟଙ୍କାର କ୍ଷତିପୂରଣ ଦାବି କରିବା ସହ ଏହି ସବୁ ଆପତ୍ତିଜନକ ପୋଷ୍ଟ ହଟାଇବାକୁ ଆବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ- Asian Games: ଏସୀୟ କ୍ରୀଡ଼ା: ଭାରତୀୟ ପୁରୁଷ ହକି ଦଳ ଘୋଷିତ; ଓଡ଼ିଶାରୁ ଅମିତ, ଶିଳାନନ୍ଦ

୮୬ ପୃଷ୍ଠାର ଆବେଦନ ଦାଖଲ

ଓକିଲ ସନ୍ଦୀପ ଲଡ୍ଡାଙ୍କ ମାଧ୍ୟମରେ ଦାଖଲ ୮୬ ପୃଷ୍ଠାର ଏହି ଆବେଦନରେ ଗଡ଼କରୀ ସ୍ପଷ୍ଟ କରିଛନ୍ତି ଯେ, ଇଥାନଲ୍ ମିଶ୍ରଣ ନୀତି ନିର୍ଦ୍ଧାରଣ କିମ୍ବା ଏହାର କାର୍ଯ୍ୟକାରିତାରେ ତାଙ୍କ ମନ୍ତ୍ରଣାଳୟର କୌଣସି ଭୂମିକା ନାହିଁ। ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ‘କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ’ ଅଧୀନରେ ଆସୁଛି। ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ନୀତି ଅଧୀନରେ ୨୦୨୫-୨୬ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ଲକ୍ଷ୍ୟ ରଖାଯାଇଛି। ଏହି ମାମଲାରେ ସେ ମେଟା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍, ଏକ୍ସ, ଗୁଗୁଲ୍, ୟୁଟ୍ୟୁବ୍, କେନ୍ଦ୍ର ଆଇଟି ମନ୍ତ୍ରଣାଳୟ, ଟେଲିକମ୍ ବିଭାଗ ଏବଂ ଜାଲ୍ ପୋଷ୍ଟ କରୁଥିବା ଅଜ୍ଞାତ ବ୍ୟକ୍ତିମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି। 

ଆହୁରି ପଢ଼ନ୍ତୁ- Flood In Odisha: ରାତିରେ ମାଡ଼ି ଆସିଲା ସାଳନ୍ଦୀ, ବୈତରଣୀ ନଦୀର ବନ୍ୟାଜଳ

ଗଡ଼କରୀ କହିଛନ୍ତି ଯେ, ସରକାରୀ ନୀତିର ଗଣତାନ୍ତ୍ରିକ କଟୁ ସମାଲୋଚନା ପ୍ରତି ତାଙ୍କର କୌଣସି ଆପତ୍ତି ନାହିଁ, ମାତ୍ର ବିନା ଅନୁମତିରେ ଏଆଇ ମାଧ୍ୟମରେ ତାଙ୍କ ଚେହେରା, ସ୍ୱର ଓ ଶରୀର ଭାଷାର ଅପବ୍ୟବହାର କରି ଗାଳିଗୁଲଜ ଓ ମିଥ୍ୟା ଦୁର୍ନୀତି ଅଭିଯୋଗ ଆଣିବା ତାଙ୍କ ସୁନାମ ହାନି କରୁଛି। କୋର୍ଟରେ ଏପରି ୨୬ଟି ଆପତ୍ତିଜନକ ସୋସିଆଲ ମିଡିଆ ଲିଙ୍କ୍ ପ୍ରଦାନ କରାଯାଇଛି, ଯାହାକୁ ତୁରନ୍ତ ହଟାଇବା ପାଇଁ ସେ ନିର୍ଦ୍ଦେଶ ଦାବି କରିଛନ୍ତି।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.