ARTICLE AD BOX
ପୁରୀ: କୋଟିକୋଟି ଶ୍ରଦ୍ଧାଳୁଙ୍କ ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଉପରେ ପୁଣି ଥରେ ଡ୍ରେନ୍ ଉଡ଼ିଛି। ଶ୍ରୀମନ୍ଦିର ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିବା ବେଳେ କିଛି ଲୋକ ନିଜର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଠାରେ ଡ୍ରୋନ୍ ଉଡ଼ାଉଛନ୍ତି, ଯାହାକି ଭକ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି।
ସୂଚନା ଅନୁସାରେ ଆଜି ଶ୍ରୀମନ୍ଦିରର ସିଂହଦ୍ବାର ଠାରୁ ନୀଳଚକ୍ର ଯାଏଁ ଡ୍ରୋନ୍ ଉଡ଼ିଥିବା ଭକ୍ତମାନେ ଦେଖିଛନ୍ତି। ଡ୍ରୋନ୍ ଉଡ଼ିବା ସମୟରେ ଭକ୍ତମାନେ ଏହା ଦେଖିବା ପରେ ସିଂହଦ୍ବାର ଥାନା ପୁଲିସକୁ ସୂଚନା ଦିଆଯାଇ ଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଥିଲା। ଡ୍ରୋନ୍ ଉଡ଼ାଇବା ଅଭିଯୋଗରେ ଅଭିଯୁକ୍ତମାନେ ଧରାପଡ଼ିଛନ୍ତି। ତେବେ ବାରମ୍ବାର ଏଭଳି ଅଘଟଣ ଘଟିବା ଦ୍ବାରା ଭକ୍ତମାନଙ୍କର ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

1 week ago
10


