Dies: ପାରଳାଖେମୁଣ୍ଡି ସବ ଜେଲରେ ଅଭିଯୁକ୍ତଙ୍କର ମୃତ୍ୟୁ

1 week ago 8
ARTICLE AD BOX

ପାରଳାଖେମୁଣ୍ଡି:ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସବ ଜେଲରେ ଅଭିଯୁକ୍ତଙ୍କର ମୃତ୍ୟୁ। ପୁଲିସ ହେପାଜତରେ ଜେଲରେ ଥିବା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ତାଙ୍କଲା ସାହିର ରୁନା ବଡ଼ ରଇତ, ଗତ ମାସ ୭ ତାରିଖରେ ଏକ ପୋସ୍କୋ କେସ ଅଭିଯୋଗରେ ରାୟଗଡ  ପୁଲିସ ମୃତ ରୁନା ବଡ଼ ରଇତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ମୃତ୍ୟୁର କାରଣ ଅସ୍ପଷ୍ଟ

ପୁଲିସ ହେପାଜତରେ ଜେଲରେ ଥିବା ସମୟରେ ଗତ ୧ . ୯.୨୦୨୬ ତାରିଖରେ ପରିବାର ଲୋକେ ତାଙ୍କୁ ଦେଖିବାକୁ ଜେଲ ପରିସରକୁ ଆସି କଥାଭାଷା କରିଥିଲେ, ସେହି ସମୟରେ ମୃତ ରୁନା ବଡ଼ ରଇତଙ୍କ ସ୍ବାସ୍ଥ୍ୟ ଭଲ ଥିବା ପରିବାର ଲୋକେ କହିଥିବା ବେଳେ ହଠାତ୍ ଗତକାଲି ରାତି ୩ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ‌ସୂଚନା ଦେଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଜେଲ କର୍ତ୍ତୁପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ପରିବାର ବର୍ଗ। ତେବେ କ୍ଷତିପୂରଣ ଥଇଥାନ ବ୍ୟବସ୍ଥା ନ ମିଳିବା ପର୍ଯ୍ୟନ୍ତ ଶବ ନ ଉଠାଇବାକୁ ଜିଦ୍ ଧରି ବସିଛନ୍ତି ଗ୍ରାମବାସୀ।

ଟ୍ରାକ୍ଟରରୁ ୪୪୦ କେଜି ଗଂଜେଇ ଜବତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.