Diamond League Final: ପଥିରାଗେ ଜିତିଲେ ଡାଇମଣ୍ଡ ଲିଗ୍‌ ଫାଇନାଲ୍‌

1 week ago 7
ARTICLE AD BOX

ବ୍ରସେଲ୍ସ,: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପଥିରାଗେ ଏଠାରେ ଆ‌ୟୋଜିତ ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ର ପୁରୁଷ ଜାଭ୍‌ଲିନ୍‌ ଥ୍ରୋ’ରେ ବିଜେତା ହୋଇଛନ୍ତି। ଚଳିତ ବର୍ଷ ଡାଇମଣ୍ଡ ଲିଗ୍‌ରେ ପଦାର୍ପଣ କରିଥିବା ଏହି ୨୩ ବର୍ଷୀୟ ସିଂହଳୀ ଜାଭ୍‌ଲିନ୍‌ ଫିଙ୍ଗାଳି ୮୯.୦୪ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥିସହ ସେ ଶ୍ରୀଲଙ୍କାର ପ୍ରଥମ ଆଥ୍‌ଲେଟ୍‌ ଭାବେ ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ର ପୁରୁଷ ଜାଭ୍‌ଲିନ୍‌ ଥ୍ରୋରେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମ ଦୁଇ ରାଉଣ୍ଡରେ ପଥିରାଗେ ୮୦.୪୨ ଓ ୭୯.୭୩ ଥ୍ରୋ କରିଥିଲେ। ହେଲେ ତୃତୀୟ ରାଉଣ୍ଡରେ ସେ ୮୯.୦୪ ମିଟର ଥ୍ରୋ କରି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ପୋଲାଣ୍ଡର ଡାୱଡ ୱେଗନର (୮୭.୪୭ ମିଟର) ଦ୍ବିତୀୟ ଏବଂ ପୂର୍ବତନ ଅଲିମ୍ପିକ୍‌ ବିଜେତା ତ୍ରିନିଦାଦ ଓ ଟୋବାଗୋର କେଶୋର୍ନ ୱାଲକଟ୍‌ (୮୩.୯୯ ମିଟର) ତୃତୀୟ ସ୍ଥାନରେ ରହିଥିଲେ। 

ବିଶ୍ବ ମାନ୍ୟତାରେ ଶୀର୍ଷରେ ପଥିରାଗେ

ଚଳିତ ବର୍ଷ ପଥିରାଗେ ୪ ଡାଇମଣ୍ଡ ଲିଗ୍‌ ରୋମ (୯୨.୬୨ ମିଟର), ଦୋହା (୮୮.୬୮ ମିଟର), ଲୌସାନେ (୮୮.୧୪ ମିଟର) ଓ ଜୁରିକ୍‌ (୯୨.୦୭ ମିଟର)ରେ ବିଜେତା ଏବଂ ସିଲେସିଆରେ ଉପବିଜେତା ହୋଇଥିଲେ। ଚଳିତ ବର୍ଷ ଏହା ତାଙ୍କର ଦ୍ବିତୀୟ ବଡ଼ ମୁକୁଟ। ରାଜଗୋଷ୍ଠୀ କ୍ରୀଡ଼ାରେ ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ସେ ସ୍ବର୍ଣ୍ଣ ଜିତିଥିଲେ। ଚଳିତ ବର୍ଷ ପଥିରାଗେ ୧୦ ପ୍ରତିଯୋଗିତାରେ ଭାଗ ନେଇଥିଲା ବେଳେ ୮ଟିରେ ବିଜେତା ହୋଇଥିଲେ। ଏହାମଧ୍ୟରୁ ୨ ଥର ୯୨ ମିଟର ଥ୍ରୋ ପାର୍‌ କରିଛନ୍ତି। ସଂପ୍ରତି ସେ ମଧ୍ୟ ବିଶ୍ବ ମାନ୍ୟତାରେ ଶୀର୍ଷରେ ରହିଛନ୍ତି। ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଆହତ ଯୋଗୁଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନଥିଲେ। ନୀରଜ ମଧ୍ୟ ଏସୀୟ କ୍ରୀଡ଼ାରୁ ଓହରି ଯାଇଛନ୍ତି। ଫଳରେ ‌ଏସୀୟ କ୍ରୀଡ଼ାରେ ପଥିରାଗେଙ୍କ ପ୍ରତିଦ୍ବନ୍ଦ୍ବିତା ବିଶେଷ କରି ଅଲିମ୍ପିକ୍ସ ବିଜେତା ପାକିସ୍ତାନର ଅର୍ଶଦ ନଦୀମଙ୍କ ସହ ହେବ।

ଚିଠି ଲେଖି ପଚାରିଲେ, ରକେଟ ଉତ୍ପାଦନ ବନ୍ଦ ହୋଇଯିବ କି?

Read Entire Article
LEFT SIDEBAR AD

Hidden in mobile, Best for skyscrapers.