Delhi Police: ଜନ୍ତରମନ୍ତର ପ୍ରତିବାଦ ସମୟରେ ପଥର ଭର୍ତ୍ତି ଟ୍ରକ୍ କେଉଁଠୁ ଆସିଲା?: ପୁଲିସ କଲା ବଡ଼ ଖୁଲାସା

5 days ago 4
ARTICLE AD BOX

ନୂଆଦିଲ୍ଲୀ: ଜୁଲାଇ ୨୦ ତାରିଖରେ,‘କକ୍ରୋଚ୍ ଜନତା ପାର୍ଟି’ଦ୍ୱାରା ପରିଚାଳିତ ସଂସଦ ଚଲୋ ପଦଯାତ୍ରାର କିଛି ଘଣ୍ଟା ପୂର୍ବରୁ, ଜନ୍ତରମନ୍ତର ନିକଟରେ ପଥର ବୋଝେଇ ଏକ ଟ୍ରକ୍ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରତିବାଦ କରୁଥିବା ଛାତ୍ରମାନେ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ସେତେବେଳେ,ପଥର ବୋଝେଇ ଏହି ଟ୍ରକ୍ କିପରି ପ୍ରତିବାଦ ସ୍ଥାନର ଏତେ ନିକଟତର ହେଲା ସେ ବିଷୟରେ ନିରନ୍ତର ପ୍ରଶ୍ନ ଉଠାଯାଉଥିଲା। ଦିଲ୍ଲୀ ପୁଲିସ ଏବେ ଏହି ଟ୍ରକ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ପୁଲିସ କହିଛି ଯେ, ଜୁଲାଇ ୧୬ ତାରିଖରେ ଏକ ଦୁର୍ଘଟଣା ପରଠାରୁ ଟ୍ରକ୍‌ଟି ପୁଲିସ ହେପାଜତରେ ଥିଲା। ମଙ୍ଗଳବାର ଦିନ ଏକ ନ୍ୟୁଜ୍ ପୋର୍ଟାଲ୍ ଜନ୍ତରମନ୍ତର ନିକଟରେ ଏବଂ ତା’ପରେ ରାଇସିନା ରୋଡରେ ଥିବା ଭାରତୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ବାହାରେ ଟ୍ରକ୍‌ର ଉପସ୍ଥିତି ଉପରେ ପ୍ରଶ୍ନ ଉଠାଇବା ପରେ ଦିଲ୍ଲୀ ପୁଲିସ ଏହି ଖୁଲାସା କରିଛି। ଏକ ବିବୃତିରେ ଦିଲ୍ଲୀ ପୁଲିସ କହିଛି ଯେ ଟ୍ରକ୍‌ଟି ଉଦ୍ଦେଶ୍ୟମୂଳକ ଭାବରେ ସେଠାରେ ପାର୍କିଂ କରାଯାଇ ନଥିଲା ବରଂ ଦୁର୍ଘଟଣା ପରେ ଜବତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ ଅସୁଲ କଲେ ୭୦୮୬ ସର୍ବନିମ୍ନ ବାଲାନ୍ସ ଜରିମାନା; ଏଚ୍‌ଡିଏଫ୍‌ସିର ସର୍ବାଧିକ ୧୭୯୮ କୋଟି

ପୁଲିସ କହିଛି ଯେ, ସ୍ଥାନର ଅଭାବ ଯୋଗୁଁ ଏହାକୁ ପ୍ରଥମେ ସୁରକ୍ଷା ପାଇଁ ପୁଲିସ ଷ୍ଟେସନ ନିକଟରେ ରଖାଯାଇଥିଲା। ପରେ,‘ସଂସଦ ଚଲୋ’ ପ୍ରତିବାଦକୁ ଦୃଷ୍ଟିରେ ରଖି ଏବଂ ଗାଡିର ମାଲିକଙ୍କୁ ନିର୍ଦ୍ଦେଶ ଦେବା ପରେ,ଏହାକୁ ଖାଲି କରି ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଏହା ମଧ୍ୟ କହିଛି ଯେ, ସେମାନେ କେବେ ଅଭିଯୋଗ କରିନାହାନ୍ତି ଯେ, ପ୍ରତିବାଦକାରୀମାନଙ୍କର ଟ୍ରକ୍ କିମ୍ବା ଏହାର ସାମଗ୍ରୀ ସହିତ କୌଣସି ସମ୍ପର୍କ ଅଛି।
ପୁଲିସ କହିଛି, ଏହି ଗାଡିକୁ ପ୍ରଦର୍ଶନକାରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ସହିତ ଯୋଡିବା ପାଇଁ ଯେକୌଣସି ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ। ଗୁଜବ ପ୍ରସାର ନକରିବାକୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଉଛି। ପୁଲିସର ସୂଚନା ଅନୁଯାୟୀ, ଫିରୋଜ ଶାହ ରୋଡ୍-କସ୍ତୁରବା ଗାନ୍ଧୀ ମାର୍ଗ କ୍ରସିଂରେ ଏକ ଡମ୍ପର ଟ୍ରକ୍ ଏକ ମାରୁତି ଇକୋ ଭ୍ୟାନ୍ ସହିତ ଧକ୍କା ହେବା ଫଳରେ ସାତ ଜଣ ଆହତ ହୋଇଥିଲେ। ଏକ ଏଫଆଇଆର ପଞ୍ଜିକୃତ ହୋଇଛି, ଏବଂ କ୍ଷତିଗ୍ରସ୍ତ ଭ୍ୟାନ୍ ତଥା ଟ୍ରକ୍ ଉଭୟକୁ ପୁଲିସ ହେପାଜତକୁ ନିଆଯାଇଛି।

ଟ୍ରକ୍ ନମ୍ବର ଏଚଆର-୬୩-ଇ-୬୮୬୫ ଦିଲ୍ଲୀ ପୁଲିସ ଦ୍ୱାରା ଜନ୍ତର ମନ୍ତର ନିକଟରେ କିମ୍ବା କୌଣସି ରାଜନୈତିକ ଦଳର କାର୍ଯ୍ୟାଳୟ ବାହାରେ ଜାଣିଶୁଣି ପାର୍କିଂ କରାଯାଇଥିଲା ବୋଲି ଦାବି ମିଥ୍ୟା ଏବଂ ଭ୍ରାମକ ବୋଲି ପୁଲିସ ଦୋହରାଇଛି। ସରକାରଙ୍କ ପରିବହନ ଆପ୍‌ରେ ଟ୍ରକ୍ ନମ୍ବର ପ୍ରବେଶ କରାଯାଇ ଜବତ ସୂଚନା ମଗାଗଲେ ତଥ୍ୟ ଉପଲବ୍ଧ ହେଉଥିବା ପୁଲିସ କହିଛି। କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଜୁଲାଇ ୨୦ରେ ପ୍ରତିବାଦ ସ୍ଥାନରେ ପାର୍କିଂ ହୋଇଥିବା ଏହି ଟ୍ରକ୍‌ର ଦୁଇଟି ଭିଡିଓ ପୋଷ୍ଟ କରିଥିଲେ।

ଆହୁରି ପଢ଼ନ୍ତୁ: ୱେବସାଇଟ୍ ହ୍ୟାକ୍ କରିଥିବା ଛାତ୍ରଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଚାହିଁଲା ନାହିଁ ଆଇଆଇଟି କାନପୁର

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.