Dadhichi: ଦଧିଚିର ୨୨ତମ ପ୍ରତିଷ୍ଠା ଦିବସ

1 week ago 10
ARTICLE AD BOX

ଭୁବନେଶ୍ବର: ସୁନ୍ଦରଗ୍ରାମ ସ୍ଥିତ ଦଧିଚି ଶିକ୍ଷାନୁଷ୍ଠାନର ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଶିକ୍ଷାଳୟ ସମୂହୂର ଅଧ୍ୟକ୍ଷ ଡ. ମନୋଜ କୁମାର ଦାଶ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷାନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ବବିତା ଦାଶ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥିଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅର୍କ କୁମାର ଦାସମହାପାତ୍ର ଯୋଗ ଦେଇଥିଲେ। ପ୍ରଥମେ ଦଧିଚି ପ୍ରତିଷ୍ଠାନର ୬ଟି ଯାକ ଶାଖାର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ଭଟ୍ଟ, କାର୍ତ୍ତିକ ଚନ୍ଦ୍ର ପଷ୍ଟି, ପବିତ୍ର ମୋହନ ଦାସ, ଅଭିମନ୍ୟୁ ଜେନା, ନିବେଦିତା ମହାନ୍ତି ଏବଂ ଡ. ରଜତ କୁମାର କର ନିଜ ନିଜ ଅନୁଷ୍ଠାନର କାର୍ଯ୍ୟଧାରା ଓ ଭବିଷ୍ୟତ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ।

ଆହୁରି ପଢନ୍ତୁ: Madhyapradesh: ପ୍ରଦୂଷିତ ନଦୀ ସଫେଇ ପାଇଁ ମଧ୍ୟପ୍ରଦେଶ ଯୁବକ ବିଟୁ ତବାହିଙ୍କୁ ନେଦରଲ୍ୟାଣ୍ଡ କମ୍ପାନୀରୁ ମିଳିଲା ଚାକିରି ପ୍ରସ୍ତାବ

ଏହାପରେ ଏକାଡେମିକ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ପଟ୍ଟନାୟକ ଦଧିଚି ବିଦ୍ୟାଳୟ ସମୂହର ୨୦୩୦ ପର୍ଯ୍ୟନ୍ତ ଭବିଷ୍ୟତ ଯୋଜନା ଉପରେ ବିଶଦ ଆଲୋଚନା କରିଥିଲେ। ଶେଷରେ ଦଧିଚି ପବ୍ଲିକ ସ୍କୁଲର ଏକାଡେମିକ୍‌ ସଂଯୋଜକ ଦୁର୍ଗାପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମାର୍ଦ୍ଧର ସଭାକୁ ଦଧିଚି ପ୍ରତିଷ୍ଠାନର ନିର୍ଦ୍ଦେଶକ ସୀମାଂଚଳ ପଣ୍ଡା, ସଂଗ୍ରାମ ପଟ୍ଟନାୟକ, ବାସୁଦେବ ବିଶ୍ବାଳ, ପ୍ରଭାତ କୁମାର ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.