CRPF Firing: ସିଆରପିଏଫ୍ କ୍ୟାମ୍ପରେ ୨ ସହଯୋଗୀଙ୍କୁ ଗୁଳିକରି ହତ୍ୟା ପରେ ଆତ୍ମହତ୍ୟା କଲେ ଏଏସଆଇ

56 minutes ago 1
ARTICLE AD BOX

ଗୌହାଟୀ:ଆସାମର ନାଗାଁଓ ଜିଲ୍ଲାରେ ମଙ୍ଗଳବାର ସକାଳ ୭ଟା ସମୟରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ (ସିଆରପିଏଫ୍)ର ଜଣେ ଅଫିସର ନିଜର ୨ ଜଣ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିବା ସହ ଅନ୍ୟ ଜଣଙ୍କୁ ଆହତ କରି ନିଜେ ଆତ୍ମହତ୍ୟା କରିଛନ୍ତି। ନାଗାଁଓସ୍ଥିତ ‘ସିଆରପିଏଫ୍’ର ୩୪ ବାଟାଲିୟନ କ୍ୟାମ୍ପରେ ଏହି ଦୁଃଖଦ ଘଟଣା ଘଟିଥିବା ବେଳେ କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ଏହି ଅପ୍ରୀତିକର ଘଟଣା ଘଟିଲା, ସେ ନେଇ ପୁଲିସ୍ ତଦନ୍ତ ଜାରି ରଖିଛି।

ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା

ପୁଲିସ୍ ସୂଚନା ଅନୁଯାୟୀ, ଗୁଳି ଚଳାଇଥିବା ଅଫିସର ଜଣକ ହେଉଛନ୍ତି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ବାଲାମି ପ୍ରେମାବରମ୍। ସେ କ୍ୟାମ୍ପର ମୁଖ୍ୟ ଫାଟକରେ ଡ୍ୟୁଟିରେ ଥିବା ସମୟରେ ନିଜ ସହକର୍ମୀମାନଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ। ଗୁଳିକାଣ୍ଡରେ ହେଡ୍ କନଷ୍ଟେବଲ ବିଷ୍ଣୁ ପ୍ରସାଦ ବାଘେଲ୍ ଏବଂ ସବ୍-ଇନ୍ସପେକ୍ଟର ରାମନୱାଲ ସିଂହ ଯାଦବଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାବ୍ୟତୀତ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଗୋବିନ୍ଦ ଶ୍ରୀପୁଲ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସହକର୍ମୀଙ୍କୁ ଗୁଳି କରିବା ପରେ ‘ଏଏସଆଇ’ ପ୍ରେମାବରମ୍ ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

Arvind Kejriwal: କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବାରୁ ଅଟକାଇଲା ପୁଲିସ: ଧାରଣାରେ ବସିଲେ ଏଏପି ନେତା

Read Entire Article
LEFT SIDEBAR AD

Hidden in mobile, Best for skyscrapers.