Cricket: ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଜୟସ୍ବାଲଙ୍କ ଲଗାତାର ଶତକ; ଭାରତ ‘ଏ’-୨୨୭/୨

5 days ago 4
ARTICLE AD BOX

ଲିନ୍‌କନ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଭାରତୀୟ ଓପନର୍‌ ଯଶସ୍ବୀ ଜୟସ୍ବାଲ ଲଗାତାର ଶତକ ଅର୍ଜନ କରି ନିଜକୁ ପ୍ରସ୍ତୁତ କରିଛନ୍ତି। ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ଦ୍ବିତୀୟ ଅନୌପଚାରିକ ଟେଷ୍ଟ୍‌ରେ ୧୫୫ ରନ୍‌ କରିଥିବା ଜୟସ୍ବାଲ ଶନିବାର ଏଠାରେ ଆରମ୍ଭ ହୋଇଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ରେ ୧୦୨ ରନ୍‌ର ପାଳି ଖେଳିଥିଲେ।

ଏହି ୪ଦିନିଆ ମ୍ୟାଚ୍‌ରେ ୨୪ ବର୍ଷୀୟ ଜୟସ୍ବାଲ ୨ ଛକା ଓ ୧୬ ଚୌକା ସହାୟତା‌ରେ ୧୨୭ ବଲ୍‌ରୁ ଶତକ ମାରିଥିଲେ। ସେ ଓ ସାଇ ସୁଦର୍ଶନ ପ୍ରଥମ ୱିକେଟ୍‌ରେ ୧୭୫ ରନର ଭାଗୀଦାର ଗଢ଼ିଥିଲେ। ଦେବଦତ୍ତ ପଡ଼ିକଲ (୧୫) ସଅଳ ଆଉଟ୍‌ ହୋଇଥିଲା ବେଳେ ଷ୍ଟମ୍ପସ ବେଳକୁ ସୁଦର୍ଶନ (୭୭*) ଓ ଅଧିନାୟକ ଧ୍ରୁବ ଜୁରେଲ (୧୨*) ବ୍ୟାଟିଂ ଜାରି ରଖି ଦଳୀୟ ସ୍କୋର୍‌ ୨୨୭/୨ରେ ପହଞ୍ଚାଇଛନ୍ତି। ଟେଷ୍ଟ୍‌ ଶୃଙ୍ଖଳାକୁ ନଜରରେ ରଖି ଏହି ମ୍ୟାଚ୍‌ରେ ଭାରତୀୟ ଟେଷ୍ଟ୍‌ ଦଳର ୮ ନିୟମିତ ଖେଳାଳି ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଦେଜା, ଜୟସ୍ବାଲ, ସୁଦର୍ଶନ, ପଡ଼ିକଲ, ୱାସିଂଟନ ସୁନ୍ଦର ଓ ପ୍ରସିଦ୍ଧ କୃଷ୍ଣ , ଜୁରେଲ ଖେଳୁଛନ୍ତି।

IND vs NZ ODI: ୱେଲିଂଟନ୍‌ରେ ଗର୍ଜିପାରିଲାନି ନ୍ୟୁଜିଲାଣ୍ଡର ବ୍ୟାଟ୍‌, ଧରାଶାୟୀ କଲେ ଭାରତୀୟ ବୋଲର

Read Entire Article
LEFT SIDEBAR AD

Hidden in mobile, Best for skyscrapers.