Congress Leaders In Bastar: ଝିରମ ଘାଟି ହତ୍ୟାକାଣ୍ଡ: ୨୦୧୩ ମାଓ ଆକ୍ରମଣର ସମସ୍ତ ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

1 week ago 8
ARTICLE AD BOX

ରାୟପୁର: ୨୦୧୩ର ବହୁଚର୍ଚ୍ଚିତ ଝିରମ ଘାଟି ମାଓବାଦୀଆକ୍ରମଣ ମାମଲାରେ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜାତୀୟ ତଦନ୍ତ ଏଜେନ୍ସି (ଏନ୍‌ଆଇଏ)ର ସ୍ୱତନ୍ତ୍ର ଅଦାଲତ। ଶନିବାର ଜଗଦଲପୁରସ୍ଥିତ ଅଦାଲତ ଏହି ରାୟ ଦେଇଛନ୍ତି। ଦୋଷୀଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଅଛନ୍ତି। ତେବେ ଦଣ୍ଡର ପରିମାଣ ଘୋଷଣା ହୋଇନାହିଁ। ଏହା ଉପରେ ସେପ୍ଟେମ୍ବର ୧୬ରେ ଶୁଣାଣି ହେବ। ଏହି ଆକ୍ରମଣରେ କଂଗ୍ରେସ ନେତାଙ୍କ ସମେତ ୨୯ ଜଣଙ୍କ ଜୀବନ ଯାଇଥିଲା।

ନେତା ଓ କର୍ମୀଙ୍କ ଗାଡ଼ି ଉପରେ ମାଓବାଦୀମାନେ  କରିଥିଲେ ଆକ୍ରମଣ

୨୦୧୩ ମେ’ ୨୫ରେ ବସ୍ତର ଜିଲ୍ଲା ଦରଭା ଥାନା ଅଞ୍ଚଳର ଝିରମ ଘାଟିରେ କଂଗ୍ରେସର ‘ପରିବର୍ତ୍ତନ ରାଲି’‌ ରେ ଯୋଗ ଦେଇଥିବା ନେତା ଓ କର୍ମୀଙ୍କ ଗାଡ଼ି ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତତ୍କାଳୀନ ଛତିଶଗଡ଼ କଂଗ୍ରେସ ସଭାପତି ନନ୍ଦ କୁମାର ପଟେଲ, ପୂର୍ବତନ ବିରୋଧୀ ଦଳ ନେତା ମହେନ୍ଦ୍ର କର୍ମା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳ, ସାଧାରଣ ନାଗରିକ ଓ ସୁରକ୍ଷାକର୍ମୀଙ୍କ ସମେତ ୨୯ ଜଣଙ୍କ ମୃତ୍ୟୁ ହୋଇଥିଲା। ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଆକ୍ରମଣ ପରେ ବସ୍ତର ପୁଲିସ ପ୍ରଥମେ ଏହି ମାମଲାର ତଦନ୍ତ କରିଥିଲା। ପରେ ଏହା ଏନ୍‌ଆଇଏକୁ ହସ୍ତାନ୍ତର ହୋଇଥିଲା। ଏନ୍‌ଆଇଏ ୨୦୧୪ ସେପ୍ଟେମ୍ବରରେ ଜଗଦଲପୁର ସ୍ୱତନ୍ତ୍ର ଅଦାଲତରେ ଅଭିଯୋଗପତ୍ର ଦାଖଲ କରିଥିଲା। ବିଚାର ପ୍ରକ୍ରିୟାରେ ୧୦୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ରାୟ ବିରୋଧରେ ଉଚ୍ଚ ଅଦାଲତରେ ଆବେଦନ କରାଯିବ ବୋଲି ଅଭିଯୁକ୍ତଙ୍କ ପକ୍ଷର ଓକିଲ କହିଛନ୍ତି।

ଉଲ୍ଲାସ ସଚେତନତା ଅଭିଯାନର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ: ଆଜି ଠୁ ବୁଲିଲା ସଚେତନତା ଯାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.