ARTICLE AD BOX
ଲକ୍ଷ୍ନୌ: କକ୍ରୋଚ ଜନତା ପାର୍ଟି (ସିଜେପି) ପ୍ରବକ୍ତା ଆଶୁତୋଷ ରାଙ୍କା ଗୁରୁବାର ସମାଜବାଦୀ ପାର୍ଟି (ଏସ୍ପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଲକ୍ଷ୍ନୌରେ ଭେଟିଥିଲେ। ଏହି ଆଲୋଚନାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହି ବୈଠକ ଗୁରୁତ୍ବ ବହନ କରୁଛି ବୋଲି କୁହାଯାଉଛି। ସିଜେପି ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିକୁ ସହଯୋଗ କରିବ କି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ଓ ସିଜେପି ଏହାକୁ କେବଳ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି।
ସିଜେପି କରିବ କି ସହଯୋଗ ବୋଲି ଚର୍ଚ୍ଚା
ସମାଜବାଦୀ ପାର୍ଟି ନେତା ଫଖରୁଲ ହସନ କହିଛନ୍ତି, ଅଖିଳେଶ ଯାଦବ ଓ ଆଶୁତୋଷଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲା। ସିଜେପି ନେତା କେବଳ ଧନ୍ୟବାଦ ଦେବାକୁ ଆସିଥିଲେ। ଯନ୍ତର ମନ୍ତରଠାରୁ ସିଜେପି ଆନ୍ଦୋଳନକୁ ସମାଜବାଦୀ ପାର୍ଟି ଯେପରି ବୁଝିଥିଲା ଓ ଜାତୀୟ ସ୍ତରରେ ଏହାକୁ ସମର୍ଥନ ଜଣାଇଥିଲା ସେଥିପାଇଁ ଆଶୁତୋଷ ଧନ୍ୟବାଦ ଜଣାଇବାକୁ ଆସିଥିଲେ। ହସନ କହିଛନ୍ତି, ସିଜେପିର କୌଣସି ବି ରାଜନୈତିକ ନିଷ୍ପତ୍ତିକୁ ନେଇ ସମାଜବାଦୀ ପାର୍ଟି କୌଣସି ଟିପ୍ପଣୀ ଦେବାକୁ ଚାହୁନାହିଁ।
ସମାଜବାଦୀ ପାର୍ଟିର ପ୍ରବକ୍ତା ରାଜେନ୍ଦ୍ର ଚୌଧୁରୀ କହିଛନ୍ତି, ଏହି ଆଲୋଚନା ବେଳେ ଯୁବବର୍ଗ, ବେରୋଜଗାରୀ ଓ ସ୍କୁଲ ଶିକ୍ଷା ସ୍ଥିତି ଉପରେ ଆଲୋଚନା ହୋଇଥାଇ ପାରେ। ବୈଠକ ପରେ ରାଙ୍କା ଗଣମାଧ୍ୟମ ସହିତ କୌଣସି କଥା ନହୋଇ ଚାଲି ଯାଇଥିଲେ। ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ଏହି ବୈଠକର ଉଦ୍ଦେଶ୍ୟ ଓ ନିଷ୍ପତ୍ତି ସମ୍ପର୍କରେ କିଛି କୁହାଯାଇ ନଥିଲା। ସୂତ୍ର ଅନୁଯାୟୀ, ଅଖିଳେଶ ଓ ଆଶୁତୋଷ ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗ ସହିତ ଜେନ୍ ଜି ଓ ଜେନ୍ ଆଲ୍ଫାଙ୍କ ବିଷୟରେ ମଧ୍ୟ କଥାବାର୍ତ୍ତା ହୋଇଥାଇ ପାରନ୍ତି।
Stray Dogs: ଦୁଷ୍କର୍ମ ଉଦ୍ୟମରୁ ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର କଲେ ବୁଲା କୁକୁର, ନାବାଳକ ଗିରଫ

1 week ago
7


