Chahal's magic ball: ଚର୍ଚ୍ଚାରେ ଚହଲଙ୍କ ମ୍ୟାଜିକ୍‌ ବଲ୍‌

1 week ago 6
ARTICLE AD BOX

ଲଣ୍ଡନ: କାଉଣ୍ଟି ଚାମ୍ପିଅନସିପ୍‌ରେ ଭାରତୀୟ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନର୍ଥଆମ୍ପଟନସାୟର ପକ୍ଷରୁ ଡରହାମ ବିପକ୍ଷରେ ଖେଳି ଚହଲ ୪ ୱିକେଟ୍ ନେଇଥିଲେ। ତେବେ ବେନ୍ ଷ୍ଟୋକ୍ସଙ୍କୁ ଆଉଟ୍ କରିଥିବା ତାଙ୍କ ବଲ୍‌ଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଷ୍ଟୋକ୍ସଙ୍କୁ ଚହଲ ଯେଉଁ ବଲ୍‌ରେ ବୋଲ୍ଡ କରିଥିଲେ, ତାହା ଅଫ୍‌ ଷ୍ଟମ୍ପ୍‌ ବାହାରୁ ଆସି ହଠାତ୍ ଭିତରକୁ ତୀବ୍ର ଭାବେ ମୋଡ଼ ନେଇଥିଲା। ଷ୍ଟୋକ୍ସ ବଲ୍‌ର ଗତି ଓ ଟର୍ଣ୍ଣକୁ ବୁଝିବାରେ ବିଫଳ ହେବାରୁ ବଲ୍ ସିଧା ଷ୍ଟମ୍ପ୍‌ରେ ବାଜିଥିଲା। ଏହି ଚମତ୍କାର ବଲ୍‌କୁ ଅନେକ ଚହଲଙ୍କ ‘ମ୍ୟାଜିକ୍ ବଲ୍’ ବୋଲି କହୁଛନ୍ତି।  

Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍

ଏହି ମ୍ୟାଚ୍‌ରେ ଷ୍ଟୋକ୍ସଙ୍କ ସହ ଚହଲଙ୍କ ଶିକାର ହୋଇଥିଲେ ଆଲେକ୍ସ ଲିସ୍‌, କେସି ଆଲଡ୍ରିଜ୍ ଓ ମାଥ୍ୟୁ ପଟ୍ସ। ତାଙ୍କ ଚମତ୍କାର ସ୍ପେଲ୍‌ ଫଳରେ ନର୍ଥଆମ୍ପଟନସାୟର ୨୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଚୟନ କରିଥିବା ଦେଶର ୫ ଜଣ ଶ୍ରେଷ୍ଠ ବୋଲରଙ୍କ ତାଲିକାରେ ମଧ୍ୟ ଚହଲ ସ୍ଥାନ ପାଇଥିଲେ। ଆର୍ଶଦୀପଙ୍କ ତାଲିକାରେ ଭୁବନେଶ୍ୱର କୁମାର ପ୍ରଥମ, ମହମ୍ମଦ ଶାମି ଦ୍ୱିତୀୟ, କୁଲଦୀପ ଯାଦବ ତୃତୀୟ ଏବଂ ୟୁଜବେନ୍ଦ୍ର ଚହଲ ଚତୁର୍ଥ ସ୍ଥାନରେ ଥିଲେ। ଆର୍‌ ଅଶ୍ୱିନ୍‌ଙ୍କୁ ସେ ପଞ୍ଚମ ସ୍ଥାନରେ ରଖିଥିଲେ।

Dadhichi: ଦଧିଚିର ୨୨ତମ ପ୍ରତିଷ୍ଠା ଦିବସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.