Care hospital: କେୟାର ହସ୍ପିଟାଲ୍‌ରେ ଏଆଇ ଗଣ୍ଠି ପ୍ରତିରୋପଣ ବ୍ୟବସ୍ଥା

1 month ago 10
ARTICLE AD BOX

ଭୁବନେଶ୍ବର: କେୟାର ହସ୍ପିଟାଲ୍‌ ଭୁବନେଶ୍ବର ପକ୍ଷରୁ ଇଣ୍ଟେଲିଜଏଣ୍ଟ୍‌ ଏଆଇ ସର୍ଜିକାଲ୍‌ ଜଏଣ୍ଟ ରିପ୍ଲେସ୍‌ମେଣ୍ଟ୍‌ ସିଷ୍ଟମ ପ୍ରଚଳନ କରାଯାଇଛି। ପୂର୍ବ ଭାରତର ପ୍ରଥମ ହସ୍ପିଟାଲ୍‌ ଭାବେ ଏହା ଏଆଇ ଆଧାରିତ ପ୍ରଯୁକ୍ତି ପ୍ରଚଳନ କରିଛି। ଏହାକୁ ହସ୍ପିଟାଲ୍‌ର ଅର୍ଥୋପେଡିକ୍ସ ବିଭାଗର ମୁଖ୍ୟ ତଥା ମୁଖ୍ୟ ପରାମର୍ଶଦାତା ଡକ୍ଟର ସନ୍ଦୀପ ସିଂହ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାନାଡାର ଡାକ୍ତର ସେବାଷ୍ଟିଆନ୍‌ ରୋଡ୍ରିଗେ୍‌ ଓ ଜୋନାଲ ସିଓଓ କିସଲେ ଆନନ୍ଦ ଉପସ୍ଥିତ ଥିଲେ। ଏଥି ସହିତ ‘ଜଏଣ୍ଟ୍‌ ରିପ୍ଲେସ୍‌ମେଣ୍ଟ୍‌ରେ ଆଡ୍‌ଭାନ୍ସିଂ ପ୍ରିସିସନ୍‌-ଦି ନେକ୍ସଟ୍‌ ଲିପ୍‌ ଇନ୍‌ ଅର୍ଥା‌ପେଡିକ୍‌ ଇନୋଭେସନ୍‌ ଉପରେ ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। କେୟାର ହସ୍ପିଟାଲ୍‌ର ଏହି ନୂତନ ବ୍ୟବସ୍ଥା ଦ୍ବାରା ଓଡ଼ିଶା ସହିତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ରୋଗୀମାନେ ଉପକୃତ ହୋଇପାରିବେ ବୋଲି ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.