BJP Leader: ପଞ୍ଜାବରେ ବିଜେପି ନେତା ବିଟ୍ଟୁଙ୍କ କନଭୟ ଉପରେ ଆପ୍‌ କର୍ମୀଙ୍କ ଆକ୍ରମଣ ଅଭିଯୋଗ

21 minutes ago 1
ARTICLE AD BOX

ଚଣ୍ଡୀଗଡ଼: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବନୀତ୍‌ ସିଂହ ବିଟ୍ଟୁ ଅଭିଯୋଗ କରିଛନ୍ତି ଯେ, ଅମୃତସର୍‌ରୁ ପଠାନକୋଟ୍‌ ଯାଉଥିବାବେଳେ ବାଟାଲାର ଘସିତପୁର୍‌ ଗାଁ ନିକଟରେ ତାଙ୍କ କନଭୟ ଉପରେ ଆମ୍‌ ଆଦମୀ ପାର୍ଟି (ଆପ୍‌) କର୍ମୀ ଆକ୍ରମଣ କରିଛନ୍ତି। ପଞ୍ଜାବରେ ବିଜେପି ପକ୍ଷରୁ ‘ପଞ୍ଜାବ ନିଶା ମୁକ୍ତି ଯାତ୍ରା’ ଆରମ୍ଭ କରାଯାଇଥିବାବେଳେ ଏହାର ଉଦ୍‌ଘାଟନୀରେ ଯୋଗ ଦେବାକୁ ସେ ଯାଇଥିଲେ।

ଯୋଜନାବଦ୍ଧ ଭାବେ ଆକ୍ରମଣ: ବିଟ୍ଟୁ

ବିଟ୍ଟୁଙ୍କ ଅନୁଯାୟୀ, ତାଙ୍କ କନଭୟ ଫତେଗଡ଼ ଛୁରିଆନ୍ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାରୀ ଜୋବାନ ରନ୍ଧାୱାଙ୍କ କାର୍ଯ୍ୟାଳୟ ନିକଟକୁ ଯାଉଥିଲାବେଳେ ଘସିତପୁର ଷ୍ଟେସନ ନିକଟରେ ତାଙ୍କ ଗାଡ଼ିକୁ ଆପ୍‌ କର୍ମୀମାନେ ଘେରିଯିବା ସହିତ ଅଣ୍ଡା, ଟମୋଟୋ ମାଡ଼ କରିଥିଲେ। ଏପରିକି ଗାଡ଼ିର କାଚ ଭାଙ୍ଗି ଦେଇଥିଲେ। ରାସ୍ତା ଉପରେ ‘ଲାଙ୍ଗର’ ଆୟୋଜନ ନାଁରେ ସେମାନେ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ବିଟ୍ଟୁଙ୍କ ଗଣମାଧ୍ୟମ ପରାମର୍ଶଦାତା ଆହୁରି ଅଭିଯୋଗ କରିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ପଠାନକୋଟ‌ଠାରେ ନିଶାମୁକ୍ତି ଅଭିଯାନର ଶୁଭାରମ୍ଭ କରୁଥିବାବେଳେ ବିଟ୍ଟୁଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାରେ ରୋକିବାକୁ ତାଙ୍କ ପ୍ରତିନିଧି ଦଳ ଉପରେ ଏପରି ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପରେ ସେମାନେ ଦୁଇଜଣ ସନ୍ଦିଗ୍ଧଙ୍କୁ ଧରି ପୁଲିସର ଜିମା ଦେଇଛନ୍ତି। ବିଟ୍ଟୁ ତାଙ୍କ କନଭୟ ଉପରେ ଯୋଜନାବଦ୍ଧ ଭାବେ ଆକ୍ରମଣ ହୋଇଥିବା କହିଛନ୍ତି। ତାଙ୍କ ସୁରକ୍ଷାରେ ତ୍ରୁଟି ନେଇ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକଙ୍କୁ ଅବଗତ କରିଛନ୍ତି ଓ ଦୋଷୀଙ୍କ ଉପରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ଟ୍ରକ୍‌ ଚାଳକଙ୍କୁ ୧୭ ଥର ଛୁରାମାଡ଼

Read Entire Article
LEFT SIDEBAR AD

Hidden in mobile, Best for skyscrapers.