BJD criticises: ପ୍ରତିଦିନ ଓଡ଼ିଆ ଅସ୍ମିତାର ଅପମାନ କରୁଛନ୍ତି ରାଜ୍ୟ ସରକାର: ବିଜେଡି

1 month ago 13
ARTICLE AD BOX

ଭୁବନେଶ୍ୱର: ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଠନ କଲା ପରେ ପ୍ରତ୍ୟେକ ଦିନ ଓଡ଼ିଆ ଅସ୍ମିତାର ଧର୍ଜିଆ ଉଡ଼ାଉଛି। ବିଭାଜନ ବିଭୀଷିକା ସୃତି ଦିବସ ପାଳନ ଅବସରରେ ମୁଖ୍ୟ ବକ୍ତା ଭାବେ ଜଣେ ଅଣଓଡ଼ିଆଙ୍କୁ ଅତିଥି କରିବା ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ବୋଲି ବିଜୁ ଜନତା ଦଳ କହିଛି।

ଆଜି ବିଜୁ ଜନତା ଦଳ ତରଫରୁ ଏକ ପ୍ରେସ ବିବୃତିରେ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ‘ବିଭାଜନ ବିଭୀଷିକା ସୃତି ଦିବସ’ ପାଳନ ହୋଇଛି। ଏହି ଅବସରରେ ଅନ୍ୟାନ୍ୟ ଅତିଥିଙ୍କ ସହ ମୁଖ୍ୟ ପ୍ରବକ୍ତା ଭାବେ ଆରଏସ୍ଏସ୍ ସହ ଜଡ଼ିତ ଥିବା ଅର୍ଗାନାଇଜର ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କେତକରଙ୍କୁ ନିମନ୍ତ୍ରଣ କରାଯାଇଛି। 

ଓଡ଼ିଶାରେ କ’ଣ ଓଡ଼ିଆ ପ୍ରବକ୍ତା ବିଭାଜନ ବିଭୀଷିକା ସୃତି ଦିବସ ବିଷୟରେ କହିବାକୁ ସକ୍ଷମ ନଥିଲେ ଯେ, ଏକ ନିର୍ଦ୍ଦିଷ୍ଟ ବିଚାରଧାରାରେ ବିଶ୍ଵାସ ରଖୁଥିବା ଜଣେ ଅଣଓଡ଼ିଆ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିବାକୁ ପଡ଼ିଲା ଓଡ଼ିଶା ସାହିତ୍ୟ ଏକାଡ଼େମୀକୁ ? ଓଡ଼ିଶା ସାହିତ୍ୟ ଏକାଡେମୀ ଯଦି ଏଭଳି ଆଭିମୁଖ୍ୟ ପୋଷଣ କରେ, ତେବେ ଓଡ଼ିଆ ଅସ୍ମିତାର ସୁରକ୍ଷା କିପରି ହେବ ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ । ଏକାଡ଼େମୀ କର୍ତ୍ତୃପକ୍ଷ ଭବିଷ୍ୟତରେ ଏ ବିଷୟରେ ଯତ୍ନବାନ ହେବେ ବୋଲି ଆମର ଆଶା। 

Madhubabu: ‘ଓଡ଼ିଆ ଅସ୍ମିତାର ଯୁଗପୁରୁଷ ଥିଲେ ମଧୁବାବୁ’

Read Entire Article
LEFT SIDEBAR AD

Hidden in mobile, Best for skyscrapers.