Belgium: ଭାରତ ଗସ୍ତ ବେଳେ ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ

1 week ago 8
ARTICLE AD BOX

ନୂଆଦିଲ୍ଲୀ : ବେଲଜିୟମପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର କଡ଼ା ଚେତାବନୀ ଦେଇ କହିଛନ୍ତି, ମନମୁଖୀ ବାଣିଜ୍ୟ ପ୍ରତିବନ୍ଧକ ଏବଂ ବଜାରକୁ ବ୍ୟବସ୍ଥିତ ଭାବେ ବିକୃତ କରିବାର ପ୍ରୟାସ ଭୂ-ରାଜନୈତିକ ସ୍ଥିରତା ପାଇଁ ବିପଦ। ଭାରତ ଗସ୍ତରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର କାହାର ନାମ ନେଇନଥିଲେ ମଧ୍ୟ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍‌କୁ ଇଙ୍ଗିତ କରି ଏହି ଟିପ୍ପଣୀ ଦେଇଛନ୍ତି।

ଆହୁରି ପଢନ୍ତୁ: Circuit House: ସର୍କିଟ ହାଉସ ପରିସରରେ ନମାଜ ପଢ଼ିବା ଯୋଗୁ ସମାଜବାଦୀ ପାର୍ଟି ନେତାଙ୍କ ନାଁରେ ମାମଲା

ମୁମ୍ବାଇର ଜିଓ କନଭେନସନ୍ ସେଣ୍ଟରରେ ଆୟୋଜିତ ଭାରତ-ବେଲଜିୟମ୍ ଉଚ୍ଚସ୍ତରୀୟ ଆଲୋଚନାରେ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସଂକ୍ରାନ୍ତରେ ଉଦ୍‌ବୋଧନ ଦେଇ ଡି ୱେଭର ସଂରକ୍ଷଣବାଦ ଏବଂ ଅନିଶ୍ଚିତ ଶୁଳ୍କ ନୀତି ପ୍ରତି ବଢ଼ୁଥିବା ଆଗ୍ରହକୁ ସମାଲୋଚନା କରିଥିଲେ। ସେ କହିଥିଲେ ଆଜିକାଲି ଅଧିକରୁ ଅଧିକ ସ୍ୱର ବାଣିଜ୍ୟ ପ୍ରତିବନ୍ଧକ ବଢ଼ାଇବା, ବଜାରକୁ ବନ୍ଦ କରିବା ଏବଂ ଶୁଳ୍କ ଲାଗୁ କରିବା ପାଇଁ ଦାବି କରୁଛି। କେତେକ ଦେଶ ସମ୍ପୂର୍ଣ୍ଣ ମନମୁଖୀ ଭାବେ ଏହା କରୁଛନ୍ତି। ସେମାବେ ସୋମବାର କିଛି ନିଷ୍ପତ୍ତି ନିଅନ୍ତି, ବୁଧବାର ତାହା ପ୍ରତ୍ୟାହାର କରନ୍ତି ଏବଂ ଶନିବାର ପୁଣି ଲାଗୁ କରନ୍ତି। ବାର୍ଟ ଡି ୱେଭର ଏହି ଟିପ୍ପଣୀ ଦେବା ସମୟରେ ଉପସ୍ଥିତ ଲୋକମାନେ ଖୁବ୍‌ଜୋର ହସିବା ସହ କରତାଳି ଦ୍ବାରା ଏହି ମନ୍ତବ୍ୟକୁ ସ୍ବାଗତ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.