Ayodhya: ଅଯୋଧ୍ୟା ମେଡିକାଲ କଲେଜରୁ ମିିଳିଲା ବିସ୍ଫୋରକ ତିଆରି ସମ୍ବନ୍ଧୀୟ ଦଲିଲ୍‌ , ଛାତ୍ର ଅଟକ

2 days ago 1
ARTICLE AD BOX

ଅଯୋଧ୍ୟା : ଅଯୋଧ୍ୟାର ରାଜର୍ଷୀ ଦଶରଥ ଅଟୋନମସ ଷ୍ଟେଟ୍‌ ମେଡିକାଲ କଲେଜ୍‌ରୁ ଏକ ବିସ୍ଫୋରକ ତିଆରି ସମ୍ବନ୍ଧୀୟ ଦଲିଲ୍‌ ମିଳିବା ପରେ ଏହି ଘଟଣାରେ ଜଣେ ପ୍ରଥମ ବର୍ଷର ମେଡିକାଲ ଛାତ୍ର ଅଟକ ରହିଛନ୍ତି। ଅଧିକାରୀମାନେ କହିଛନ୍ତି, ମେଡିକାଲ କଲେଜର ଏକ୍ସରେ ରୁମ୍‌ରୁ ବିଭାଗର ମୁଖ୍ୟଙ୍କ ଦ୍ବାରା ଏହି ଦଲିଲ ମିଳିବାପରେ ତୁରନ୍ତ ପୁଲିସକୁ ଅବଗତ କରାଯାଇଥିଲା। ଏହାପରେ ଘଟଣାର ତଦନ୍ତ ଆରମ୍ଭ ହେଲା।

ଆହୁରି ପଢନ୍ତୁ : Accident: ବାଇକ୍ ଦୁର୍ଘଟଣାରେ ୩ଯୁବକଙ୍କର ଶୋଚନୀୟ ମୃତ୍ୟୁ

ଘଟଣାଟି ୨୦୨୫ ନଭେମ୍ବର ଲାଲ୍‌କିଲା ବିସ୍ଫୋରଣ ମାମଲାକୁ ମନେ ପକାଇ ଦେଇଛି ଯେଉଁଥିରେ ଅଭିଯୁକ୍ତମାନେ ଫରିଦାବାଦର ଅଲ ଫଲାହ ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହୋଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଦଲିଲକୁ ସରଫରାଜ ନାମକ ଜଣେ ପ୍ରଥମ ବର୍ଷର ଛାତ୍ର ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ରାତିରେ ସେ ଏକ୍ସରେ ରୁମ୍‌ ଡ୍ୟୁଟି‌ରେ ଥିଲେ। ସରଫରାଜ ହେଉଛନ୍ତି ଉତ୍ତରପ୍ରଦେଶ ବଳରାମପୁର ବାସିନ୍ଦା। ତାଙ୍କୁ ଜେରା ପାଇଁ ପୁଲିସ ହାଜତକୁ ନେଇଛି। ସରଫରାଜଙ୍କ ସହ ଗତକାଲି ରାତିରେ ଡ୍ୟୁଟିରେ ଥିବା ଅନ୍ୟ ୨ ଜଣଙ୍କୁ ମଧ୍ୟ ପୁଲିସ‌ ଜେରା କରୁଛି।

ଆହୁରି ପଢନ୍ତୁ : Review Meeting: ବନ୍ୟା ପ୍ରଭାବିତ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ସଜାଗ ଓ ସୁଦୃଢ଼ ରଖିବାକୁ ନିର୍ଦ୍ଦେଶ

 ହାତଲେଖା ଦଲିଲ୍‌ରେ ବିସ୍ଫୋରକ ତିଆରି ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ସଂକ୍ରାନ୍ତରେ ବିସ୍ତୃତ ଭାବେ ବର୍ଣ୍ଣନା ରହିଛି। ଅନୁଷ୍ଠାନର ମୁଖ୍ୟ ମେଡିକାଲ ସୁପରିନଟେଣ୍ଡେଣ୍ଟ୍‌ ଡା ଅରବିନ୍ଦ ସିଂହ କହିଛନ୍ତି, ଦଲିଲ ମିଳିବାପରେ ତୁରନ୍ତ ପୁଲିସକୁ ଅବଗତ କରାଯାଇଥିଲା। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଇତି ମଧ୍ୟରେ କଲେଜ୍‌ ପ୍ରଶାସନ ପକ୍ଷରୁ ସତର୍କତା ଜାରି ରହିଛି ଏବଂ କଲେଜ ପରିସରର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.