Asian Games: ଏସୀୟ କ୍ରୀଡ଼ା: ଭାରତୀୟ ପୁରୁଷ ହକି ଦଳ ଘୋଷିତ; ଓଡ଼ିଶାରୁ ଅମିତ, ଶିଳାନନ୍ଦ

5 days ago 4
ARTICLE AD BOX

ନୂଆଦିଲ୍ଲୀ: ହକି ଇଣ୍ଡିଆ ବୁଧବାର ଆଗାମୀ ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଲାଗି ୨୦ ଜଣିଆ ପୁରୁଷ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାର ୨ ଜଣ ଖେଳାଳି ଅଭିଜ୍ଞ ଡିଫେଣ୍ଡର ଅମିତ ରୋହିଦାସ ଓ ଯୁବ ଫରୱାର୍ଡ ଶିଳାନନ୍ଦ ଲାକ୍ରା ରହିଛନ୍ତି। ତାରକା ଡ୍ରାଗ୍‌-ଫ୍ଲିକର୍‌ ହରମନ୍‌ପ୍ରୀତ ସିଂହଙ୍କୁ ପୂର୍ବ ପରି ଦଳର ଅଧିନାୟକ ଦାୟିତ୍ବ ମିଳିଛି। ଏହି ପ୍ରତିଯୋଗିତାରେ ଭାରତ ପୁଲ୍‌-ଏ’ରେ ଜାପାନ, କୋରିଆ, ବାଂଲାଦେଶ, ଶ୍ରୀଲଙ୍କା ଓ ଇଣ୍ଡୋନେସିଆ ସହ ରହିଛି। ବିଜେତା ଭାରତ ସେପ୍ଟେମ୍ବର ୨୦ ତାରିଖରେ ଇଣ୍ଡୋନେସିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହା ପରେ ଶ୍ରୀଲଙ୍କା (ସେପ୍ଟେମ୍ବର ୨୨), କୋରିଆ (ସେପ୍ଟେମ୍ବର ୨୪), ଜାପାନ (ସେପ୍ଟେମ୍ବର ୨୬) ଓ ବାଂଲାଦେଶ (ସେପ୍ଟେମ୍ବର ୨୮) ବିପକ୍ଷରେ ଖେଳି ପୁଲ୍‌ ପର୍ଯ୍ୟାୟ ଶେଷ କରିବ। ୧୨ ଦଳୀୟ ଏହି ପ୍ରତିଯୋଗିତାର ୨ ପୁଲ୍‌ରୁ ୨ ଲେଖାଏଁ ଶ୍ରେଷ୍ଠ ଦଳ ସେମିଫାଇନାଲ୍‌ରେ ପହଞ୍ଚିବେ। ସେମିଫାଇନାଲ୍‌ ଦ୍ବୟ ଅକ୍ଟୋବର ୧ରେ ଖେଳାଯିବ। ଏହାପରେ କାଂସ୍ୟ ଓ ସ୍ବର୍ଣ୍ଣ ପଦକ ମୁକାବିଲା ଅକ୍ଟୋବର ୨ ତାରିଖରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ରାତିରେ ମାଡ଼ି ଆସିଲା ସାଳନ୍ଦୀ, ବୈତରଣୀ ନଦୀର ବନ୍ୟାଜଳ

ଭାରତୀୟ ଦଳ: ଗୋଲି- ମୋହିଲ ଏଚ୍‌ଏସ୍‌, ସୂରଜ କରକେରା, ଡିଫେଣ୍ଡର-ଜର୍ମନପ୍ରୀତ ସିଂହ, ହରମନ୍‌ପ୍ରୀତ ସିଂହ (ଅଧିନାୟକ), ଅମିତ ରୋହିଦାସ, ଯୁଗରାଜ ସିଂହ, ସଞ୍ଜୟ. ସୁମିତ, ଯଶଦୀପ ସିୱଚ, ମିଡ୍‌ଫିଲ୍‌ଡର-ରାଜିନ୍ଦର ସିଂହ, ରାଜ କୁମାର ପାଲ, ହାର୍ଦିକ ସିଂହ, ମନ୍‌ପ୍ରୀତ ସିଂହ, ନୀଳକାନ୍ତ ଶର୍ମା, ବିବେକ ଶାଗର ପ୍ରସାଦ, ଫରୱାର୍ଡ-ଦିଲପ୍ରୀତ ସିଂହ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂହ, ମନଦୀପ ସିଂହ, ଅଭିଷେକ।

ଆହୁରି ପଢ଼ନ୍ତୁ: ‘ପ୍ରଥମେ ପରିବେଶ ମଞ୍ଜୁରୀ, ତା’ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ’, ପରିବେଶ କ୍ଷତି କରି ପରେ କ୍ଷମା ମାଗିବା ବ୍ୟବସ୍ଥା ତ୍ରୁଟିଯୁକ୍ତ...

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.