Asian Game: ଏସୀୟ କ୍ରୀଡ଼ା ପାଇଁ ମହିଳା ହକି ଦଳର ଜାପାନ ଯାତ୍ରା...

1 week ago 6
ARTICLE AD BOX

ବେଙ୍ଗାଲୁରୁ: ଗତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ୍‌ରେ ଐତିହାସିକ ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ରହିଥିବା ଭାରତୀୟ ଦଳ ମଙ୍ଗଳବାର ଏସୀୟ କ୍ରୀଡ଼ା ପାଇଁ ଜାପାନ ଅଭିମୁଖେ ଯାତ୍ରା କରିଛି। ବିଂଶତମ ଏସୀୟ କ୍ରୀଡ଼ା ଜାପାନର ଆଇଚି-ନାଗୋୟାରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସ୍ବର୍ଣ୍ଣ ପଦକ ଜିତି ୨୦୨୮ ମସିହାର ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସ ଲାଗି ସିଧାସଳଖ ‌ଯୋଗ୍ୟତା ଅର୍ଜନ କରିବା ଭାରତର ଲକ୍ଷ୍ୟ ରହିବ। ଅଧିନାୟିକା ସଲିମା‌ ଟେଟେ ଓ ପ୍ରଶିକ୍ଷକ ଜେରୋର୍ଡ ମାରିନ୍‌ଙ୍କ ତତ୍ବାବଧାନରେ ଭାରତୀୟ ଦଳ ମଙ୍ଗଳବାର ବେଙ୍ଗାଲୁରୁରୁ ଜାପାନ ଗସ୍ତ କରିଛି। ମାରିନଙ୍କ ପ୍ରତ୍ୟାବର୍ତନ ପରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ଆସୁଛି। 

ଆହୁରି ପଢ଼ନ୍ତୁ- Neglect: ମଧୁବାବୁ ପେନସେନ୍ ଯୋଜନା; ୧୧,୫୯୩ ଜଣଙ୍କର ଆକାଉଣ୍ଟ ନମ୍ବର ହୋଇନି ବ୍ୟାଙ୍କ ସହ ସଂଯୋଗ

ସ୍ବର୍ଣ୍ଣ ପଦକ ପାଇଁ ଖେଳିବୁ

୨୦୨୬ ପ୍ରାରମ୍ଭରେ ହାଇଦ୍ରାବାଦରେ ଅନୁଷ୍ଠିତ ଏଫ୍ଆଇଏଚ୍‌ ମହିଳା ହକି ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତକୁ ରୌପ୍ୟ ପଦକ ଦେଇଥିଲେ। ଅକଲାଣ୍ଡ୍‌ରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ନେସନ୍ସ କପ୍‌ରେ ଅପରାଜିତ ରହି ବିଜେତା ହୋଇଥିଲା। ଏଥିସହିତ ଆସନ୍ତା ଋତୁର ଏଫଆଇଏଚ୍‌‌ ପ୍ରୋ ଲିଗ୍‌ ଯୋଗ୍ୟତା ଅର୍ଜନ କରିଛି। ଏବେ ଏସୀୟ୍ର କ୍ରୀଡ଼ାର ମହିଳା ହକି ପାଇଁ ପ୍ରସ୍ତୁତ ହୋଇ ଯାଇଛି। ପୁଲ୍‌ ‘ବି’ରେ ଭାରତ ସହିତ ଜାପାନ, ଥାଇଲାଣ୍ଡ୍‌, ସିଙ୍ଗାପୁର, ଇଣ୍ଡୋନେସିଆ, ଉଜବେକିସ୍ତାନ ସହ ସାମିଲ ରହିଛି। ସେପ୍ଟେମ୍ବର ୨୦ରେ ଉଜବେକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ ସଲିମା ଟେଟେଙ୍କ ଦଳ। ‘ଆମେ ଆତ୍ମବିଶ୍ବାସର ସହ ଏସୀୟ କ୍ରୀଡ଼ା ଯାଉଛୁ। ନେସନ୍ସ କପ୍‌ ଏବଂ ବିଶ୍ବକପ୍‌ ପ୍ରଦର୍ଶନ ଆମ ଭିତରେ ବିଶ୍ବାସ ଭରି ଦେଇଛି। ଗୋଟିଏ ଗୋଟିଏ ପାଦ ଆଗକୁ ଯିବାକୁ ଚେଷ୍ଟା କରିବୁ। ସ୍ପଷ୍ଟ ଭାବେ ସ୍ବର୍ଣ୍ଣ ପଦକ ପାଇଁ ଖେଳିବୁ’ ବୋଲି ଟେଟେ କହିଥିଲେ।

ଆହୁରି ପଢ଼ନ୍ତୁ- Leopard Spotted Again ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ ପୁଣି ବାଘ

ଭାରତୀୟ ଦଳରେ ସବିତା ପୁନିଆ, ନଭନୀତ କୌର୍‌, ନେହା, ନିକି ପ୍ରଧାନ, ଲାଲରେମସିଆମି, ସୁଶୀଳା ଚାନୁ ପୁଖରାମ୍ବମଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି। ଏହି ଦଳରେ ଏକମାତ୍ର ଓଡ଼ିଆ ଭାବେ ସୁନେଲିତା ଟୋପୋ ସ୍ଥାନ ପାଇଛନ୍ତି। ଦଳରେ ଦୁଇ ଗୋଲରକ୍ଷକ (ସବିତା, ବିଚୁ ଦେବୀ ଖରିବାମ), ୫ ଜଣ ଡିଫେଣ୍ଡର (ଈଶିକା ଚୌଧୁରୀ, ସୁଶୀଲା ଚାନୁ ପୁଖରାମ୍ବମ, ଲାଲଥାନ୍‌ଲୁଆଙ୍ଗି, ଜ୍ୟୋତି, ଶିଳ୍ପୀ ଦବାସ, ୬ ଜଣ ମିଡ୍‌ଫିଲ୍ଡର (ନିକିି ପ୍ରଧାନ, ଶାକ୍ଷୀ ରାଣା, ସୁଶୀଳା ଚାନୁ, ସୁନେଲିତା ଟୋପ୍ପୋ, ସଲିମା ଟେଟେ, ନେହା, ଦୀପିକା ସୋରେଙ୍ଗ), ୭ ଜଣ ଫରୱାର୍ଡ (ଲାଲରେମସିଆମି, ଋତୁଜା ଦାଦାସୋ ପିସାଲ, ନଭନୀତ କୌର୍‌, ଦୀପିକା, ଈଶିକା, ବଲଜୀତ୍‌ କୌର, ବିଉଟି ଡୁଙ୍ଗ୍‌ଡୁଙ୍ଗ୍‌) ରହିଛନ୍ତି।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.