ARTICLE AD BOX
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ଫିଲିପାଇନ୍ସ ଗସ୍ତ କରିବେ। ସେ ୨୩ତମ ଆସିଆନ୍-ଭାରତ ସମ୍ମିଳନୀ ଏବଂ ଆସିଆନ୍ ନେତୃତ୍ୱାଧୀନ ପୂର୍ବ ଏସିଆ ସମ୍ମିଳନୀ ପ୍ରକ୍ରିୟାର ୨୧ତମ ବୈଠକରେ ଯୋଗଦେବେ। ବିଦେଶ ବ୍ୟାପାର ମନ୍ତ୍ରାଳୟର ସଚିବ (ପୂର୍ବ) ରୁଦ୍ରେନ୍ଦ୍ର ଟଣ୍ଡନ ଏକ ସ୍ୱତନ୍ତ୍ର ଗଣମାଧ୍ୟମ ବିବୃତିରେ କହିଛନ୍ତି ଯେ ମୋଦୀ ନଭେମ୍ବର ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସ ଗସ୍ତରେ ରହିବେ।
ନଭେମ୍ବର ୧୬ରେ ମୋଦୀ ମାନିଲାରେ ପହଞ୍ଚିବେ। ସେଠାରେ ଆସିଆନ୍-ଭାରତ ସମ୍ମିଳନୀ ଓ ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବା ସହ ଅନ୍ୟ ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହି ଗସ୍ତ ଅବସରରେ ସେ ଫିଲିପାଇନ୍ସରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିବେ। ଟଣ୍ଡନ କହିଛନ୍ତି ଯେ ଆସିଆନ୍ ଭାରତର ଏକ ପ୍ରମୁଖ ବାଣିଜ୍ୟିକ ସହଯୋଗୀ ଭାବେ ଉଭା ହୋଇଛି। ଏହି ଅଞ୍ଚଳ ସହ ଭାରତର ମୋଟ ବାଣିଜ୍ୟ ପ୍ରାୟ ୧୨୨ ବିଲିୟନ ଡଲାରରେ ପହଞ୍ଚିଛି।
Noida Airport: ଜେୱର ବିମାନବନ୍ଦରର ନାମ ହେବ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’

1 hour ago
2


