ARTICLE AD BOX
ମେଷ: କାରବାରରେ ଏକ ଲୟ ତିଆରି କରି କାମ କରନ୍ତୁ ଲାଭ ହେବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। ଛାତ୍ରଛାତ୍ରୀ ପରିଶ୍ରମର ସଫଳତା ପାଇବେ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ଆପଣଙ୍କ ଜୀବନଜୀବିକା ପାଇଁ ଭଲ ଦିନଟିଏ। ପରିବାର ଲୋକଙ୍କ ମଧ୍ୟରେ ମଧୁର ବାତାବରଣ ରହିବ। ଅଫିସର କୌଣସି କାମରେ ଦୂରସ୍ଥାନକୁ ଯିବେ। ଜମି ସମ୍ବନ୍ଧୀୟ କୌଣସି କାମ ସମାଧାନ ହେବ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: କ୍ୟାରିୟରରେ ସଫଳତା ପାଇବେ। ଘରକୁ କୌଣସି ବନ୍ଧୁର ଆଗମନ ହେବ। ଛାତ୍ରଛାତ୍ରୀ ନିଜ ସଫଳତାର ଖୁବ୍ ନିକଟବର୍ତ୍ତୀ ହୋଇପାରିବେ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଆମଦାନିର ନୂଆ ଉତ୍ସ ପାଇବେ। ସମାଜର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। କୌଣସି ଖବର ପାଇ ଖୁସିରେ ଆତ୍ମହରା ହେବେ। ବୈବାହିକ ଜୀବନ ସୁଖକର ହେବ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ଭାଗ୍ୟ ବଦଳାଇବା ପାଇଁ ସୁଯୋଗ ପାଇବେ। କୌଣସି ବଡ଼ ଉଦ୍ୟୋଗ ସହ ଡିଲ୍ ପକ୍କା ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ଦୀର୍ଘଦିନରୁ ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ବାହାରିବ। ଶିକ୍ଷା ସମ୍ବନ୍ଧରେ ଦିନଟି ଭଲ ରହିବ। ବ୍ୟବସାୟୀଙ୍କ ମନରେ ଘୂରିବୁଲୁଥିବା ଯୋଜନା ସଫଳ ହେବ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ଆହୁରି ପଢ଼ନ୍ତୁ- Tribal freedom fighters: କଂଗ୍ରେସ ଓ ବିଜେଡି ଆଦିବାସୀ ସ୍ବାଧିନତା ସଂଗ୍ରାମୀଙ୍କୁ ପରିଚୟ ଦେଇନାହାନ୍ତି: କାଳୀରାମ ମାଝି
ତୁଳା: ଚିଡ଼ିଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ। ବିବାହିତଙ୍କୁ ପରିବାର ସ୍ଥିତି ସମ୍ବନ୍ଧରେ ଭାବିବାକୁ ପଡ଼ିବ। ଚାକିରିଜୀବୀଙ୍କ ଲାଗି ଭଲ ଦିନଟିଏ। ଛାତ୍ରଛାତ୍ରୀଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ଜୀବନସାଥୀ ଠାରୁ ଖୁସିଖବର ଶୁଣିବେ। କାରବାରରେ ଲାଗି ରହିଥିବା ସମସ୍ୟା ବାପାଙ୍କ ମାଧ୍ୟମରେ ଦୂର କରିବେ। ଜମିରେ ନିବେଶ ଲାଗି ଦିନଟି ଭଲ। ଘରକୁ କୌଣସି ବନ୍ଧୁ ଆସିବେ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: କୌଣସି ଜ୍ଞାନ କଥା ଶୁଣିବାକୁ ପାଇବେ। ନୂଆ କାମରେ ଆଗ୍ରହ ବଢ଼ିବ। ବିରୋଧୀ ପକ୍ଷ ଭ୍ରମିତ କରିବାକୁ ଚେଷ୍ଟା କରିବେ। ପ୍ରେମୀଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ। ସ୍ବାସ୍ଥ୍ୟ ଠିକ୍ ରହିବ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ନବବିବାହିତ ନିଜର ସାଥୀଙ୍କୁ କୌଣସି ଉପହାର ଦେବେ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭଲ ଉଦ୍ୟୋଗରେ ଚାକିରିର ଡାକରା ଆସିବ। ଛାତ୍ରମାନେ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ସାମାଜିକ ଉତ୍ସବରେ ସହଭାଗୀତା କରିବେ। ଗୃହିଣୀମାନଙ୍କ ମନ ଧର୍ମକାର୍ଯ୍ୟରେ ଲାଗି ରହିବ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଅଫିସରେ ଆପଣ ସାବଧାନ ରହନ୍ତୁ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ବେପାରରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ ସମ୍ମାନ ବଢ଼ିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

1 hour ago
3


