ARTICLE AD BOX
ହାଟଡିହି: ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫକରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ୍ କେନ୍ଦୁଝରଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ପହଞ୍ଚି ନନ୍ଦିପଦା ପୁଲିସ ସହାୟତାରେ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ସୂଚନା ଅନୁଯାୟୀ,ପଶ୍ଚିମବଙ୍ଗ ହରିପାଳ ଥାନା କେସ୍ ନଂ ୭୮୮/ ୩୧ ଅକ୍ଟୋବର ୨୦୨୬ ଏବଂ ଏନଡ଼ିପିଏସ ଆଇନର ଧାରା ୨୦(ବି)(ଆଇଆଇ)(ସି) ଅନୁଯାୟୀ ମାମଲା ପଞ୍ଜିକରଣ ହୋଇଥିଲାl ଏହି ମାମଲାରେ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅନ୍ତର୍ଗତ ଶାସଙ୍ଗ ଗ୍ରାମର ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ପୁଅ ଅଜିତ କୁମାର ସ୍ୱାଇଁ ଅଭିଯୁକ୍ତ ଅଟନ୍ତି।
ସ୍ଥାନୀୟ ଅଦାଲତରେ ହାଜର କରାଯିବ
ଅଭିଯୁକ୍ତ ଅଜିତ ନନ୍ଦିପଦା ଥାନା ଅଞ୍ଚଳରେ ରହୁଥିବା ନେଇ ସୂଚନା ପାଇବା ପରେ ହରିପାଳ ଥାନା ଏସଆଇ ଉଜ୍ଜ୍ୱଳ ଦେଙ୍କ ନେତୃତ୍ୱରେ ଏକ ଚାରିଜଣିଆ ପୁଲିସ ଟିମ୍ ନନ୍ଦିପଦା ଥାନାରେ ପହଞ୍ଚିଥିଲେ l ସକାଳୁ ସକାଳୁ ସ୍ଥାନୀୟ ନନ୍ଦିପଦା ପୁଲିସର ସହଯୋଗରେ ଶାସଙ୍ଗ ଗ୍ରାମକୁ ଘେରି ରହିଥିଲେ l ଫେରାର ହେବାକୁ ଚେଷ୍ଟା କରି ଅଭିଯୁକ୍ତ ଅଜିତକୁ ଶେଷରେ ଗିରଫ କରାଯାଇଛି। ନନ୍ଦିପଦା ଥାନା ଇନସ୍ପେକ୍ଟର ବଳିଆ ବାରିକ,ଏସଆଇ ବିନିତା ଲାକ୍ରା,କଳିନ୍ଦ୍ର ପ୍ରଧାନ,ଏଏସଆଇ ଅନୁପ ଲୁଗୁନ,ଲକ୍ଷ୍ମୀପ୍ରିୟା ବଳ,ତ୍ରିପୁରା ପ୍ରିୟଦର୍ଶିନୀ, ପ୍ରବୋଧ ଚନ୍ଦ୍ର ମହାନ୍ତି,ଅଜୟ ନାୟକ ମହେଶ୍ୱର ଖୁଣ୍ଟିଆ, ଜିତେନ୍ଦ୍ର ଜେନା ପ୍ରମୁଖ ପଶ୍ଚିମବଙ୍ଗ ପୁଲିସ ସହ ଚଢ଼ାଉରେ ସାମିଲ ଥିଲେ l ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି କହିଛନ୍ତି ଯେ ଗିରଫ ଅଭିଯୁକ୍ତ ଅଜିତକୁ ରବିବାର ସ୍ଥାନୀୟ ଅଦାଲତରେ ହାଜର କରାଯିବ। ଅଦାଲତଙ୍କ ଅନୁମତି ମିଳିଲେ ତାଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡରେ ପଶ୍ଚିମବଙ୍ଗ ପୁଲିସ ନେବେ l

4 days ago
4


