Anurag's self-confidence: ଅନୁରାଗଙ୍କ ଆତ୍ମବିଶ୍ବାସ

1 week ago 8
ARTICLE AD BOX

ପାଖ ପଡ଼ିଶା ଦିନେ ସବୁବେଳେ ପ୍ରଶ୍ନ କରୁଥିଲେ- ପିଲାଟିର ଭବିଷ୍ୟତ କ’ଣ ହେବ, ସେ କରିବ କ’ଣ? ହେଲେ ଏବେ ସେହି ପିଲାର ସଫଳତାରେ ଦୁନିଆ ପ୍ରଶଂସାରେ ଶତମୁଖ। ଏହା ହେଉଛି ଅନୁରାଗ ରାୱତଙ୍କ କାହାଣୀ। ମାରାତ୍ମକ ସେରେବ୍ରାଲ୍‌ ପାଲ୍‌ସି ସହ ଲଢ଼େଇ କରୁଥିବା ଅନୁରାଗ ନିକଟରେ ୧୨,୫୦୦ ଫୁଟ୍‌ ଉଚ୍ଚତାରେ ୧୦ କିଲୋମିଟର ଦୌଡ଼ି ଏକ ବିରଳ ସଫଳତା ପାଇଛନ୍ତି। ସେରେବ୍ରାଲ୍‌ ପାଲ୍‌ସି ପୀଡ଼ିତ ଜଣେ ବ୍ୟକ୍ତି ଏଭଳି କରିବା ସାରା ଦୁନିଆକୁ ଚକିତ କରିଛି। ବାପାଙ୍କ ଭଳି ଭାରତୀୟ ସେନାରେ ଯୋଗଦେଇ ଦେଶସେବା କରିବାର ଲକ୍ଷ୍ୟ ରଖିଥିଲେ ଅନୁରାଗ। ହେଲେ ସେ ସେରେବ୍ରାଲ୍‌ ପାଲ୍‌ସିର ଶିକାର ହେଲେ।

Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍

ଏଥିଯୋଗୁଁ ଅଷ୍ଟମ ଶ୍ରେଣୀର ପାଠପଢ଼ା ପରେ ତାଙ୍କୁ ସ୍କୁଲ୍‌ ବି ଛାଡ଼ିବାକୁ ପଡ଼ିଲା। ଜୀବନରେ ଏତେ ବଡ଼ ବିପର୍ଯ୍ୟୟ ପରେ ଅନୁରାଗଙ୍କ ବାପା ଲୋକଙ୍କର କୌଣସି ସମବେଦନାକୁ ଖାତିର ନକରି ପୁଅ ପାଇଁ ପ୍ରେରଣାର ସ୍ରୋତ ପାଲଟିଲେ। ଅନୁରାଗ ମଧ୍ୟ ଦବି ଯାଇ ନଥିଲେ। ସେ ରୋଗକୁ ପଛରେ ପକାଇ ଜୀବନରେ କିଛି ବଡ଼କାମ କରିବା ଦିଗରେ ଲାଗିପଡ଼ିଲେ। ସେ ସୋସିଆଲ୍‌ ମିଡିଆରେ ତାଙ୍କ ଜୀବନ କାହାଣୀର ଡକ୍ୟୁମେଣ୍ଟେସନ୍‌ ଆରମ୍ଭ କରିଥିଲେ। ଏଥିପାଇଁ ଭିଡିଓ ସୁଟ୍‌ ଓ ତାକୁ କିପରି ଏଡିଟ୍‌ କରାଯିବ, ତାହା ଶିଖିଲେ। ସେହିପରି ବାପାଙ୍କ ପ୍ରେରଣାରେ ଜିମ୍‌ ୱାର୍କଆଉଟ୍‌, ଦୌଡ଼ ଆଦି ଜାରିରଖି ଫିଟନେସ୍‌ ଉପରେ ଗୁରୁତ୍ବ ଦେଲେ। ଏହାର ଫଳସ୍ବରୂପ ନିକଟରେ ସେ ୧୨,୫୦୦ ଫୁଟ୍‌ ଉଚ୍ଚତାରେ ୧୦ କିଲୋମିଟର ଦୌଡ଼ ସମାପ୍ତ କରିଥିଲେ, ଯାହାକୁ ସାରା ବିଶ୍ବରେ ପ୍ରଶଂସା କରାଯାଉଛି। ଏଭଳି ବ୍ୟାଧିରେ ପୀଡ଼ିତ ଜଣେ ବାଳକ ଏତେ ବଡ଼ ସଫଳତା ପାଇବା ବିରଳ ଘଟଣା ବୋଲି ଡାକ୍ତରମାନେ ବି କହିଛନ୍ତି। ଏବେ କେବଳ ଇନ୍‌ଷ୍ଟାଗ୍ରାମ୍‌ରେ ଅନୁରାଗଙ୍କର ୨ ଲକ୍ଷରୁ ଅଧିକ ଫଲୋୟର୍‌ ଅଛନ୍ତି, ଯେଉଁମାନଙ୍କ ପାଇଁ ଭାଗ୍ୟ ବିରୋଧରେ ଲଢ଼ି ବି ସେ ବିରାଟ ବିଜୟ ହାସଲ କରିଛନ୍ତି।

Dadhichi: ଦଧିଚିର ୨୨ତମ ପ୍ରତିଷ୍ଠା ଦିବସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.