ARTICLE AD BOX
ଭୁବନେଶ୍ବର: ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ଯେଭଳି ପ୍ରଭାବିତ ହେବନି, ତାକୁ ଆଖିଆଗରେ ରଖି ପ୍ରତି ଟ୍ରାଫିକ ପୋଷ୍ଟରେ ଆମ୍ବୁଲାନ୍ସ କରିଡର୍ କରାଯାଇଛି। କିନ୍ତୁ ଅମାନିଆ ଚାଳକମାନେ ଏହି ଆମ୍ବୁଲାନ୍ସ କରିଡର୍କୁ ମାଡ଼ି ବସୁଛନ୍ତି। ଯାହା ରୋଗୀଙ୍କ ଜୀବନକୁ ବିପଦ ଭିତରକୁ ଠେଲିଦେଉଛି। ଗୁରୁତର ରୋଗୀ ଆମ୍ବୁଲାନ୍ସରେ ଥିଲେ ବି ଆମ୍ବୁଲାନ୍ସ ଭିଡ଼ ଭିତରୁ ବାହାରି ପାରୁନି। ଅମାନିଆ ଚାଳକମାନେ ଏଭଳି ରାସ୍ତାକୁ ଅକ୍ତିଆରକୁ ନେଇଯାଉଛନ୍ତି ଯେ ଭିଡ଼ କମିବା ପର୍ଯ୍ୟନ୍ତ ଆମ୍ବୁଲାନ୍ସକୁ ଅପେକ୍ଷା କରିବାକୁ ପଡ଼ୁଛି। ବେଳେ ଘଣ୍ଟାଘଣ୍ଟା ଭିଡ଼ ଭିତରେ ଅଟକିବାକୁ ପଡ଼ୁଛି। କେବଳ ଆମ୍ବୁଲାନ୍ସ ଯା’ଆସ ପାଇଁ ନୁହେଁ, ବାମ ପାର୍ଶ୍ବକୁ ଯିବାକୁ ଚାହୁଥିବା ଗାଡ଼ିଚାଳକ ଟ୍ରାଫିକ୍ରେ ଅଟକି ଅଯଥା ଭିଡ଼ ବଢ଼ାଇବା ଅପେକ୍ଷା ଏହି ବାଟ ଦେଇ ସହଜରେ ଯାଇପାରିବାର ବ୍ୟବସ୍ଥା ବି ହୋଇଥିଲା। କିନ୍ତୁ ଅମାନିଆ ଚାଳକମାନେ ରାସ୍ତାକୁ ବିଭକ୍ତ କରିଥିବା ଏହି ପ୍ଲାଷ୍ଟିକ୍ ବୋଲାର୍ଡ ସବୁକୁ ଚଢ଼ାଇ ପଳାଉଛନ୍ତି। ସ୍ଥିତି ଏପରି ଯେ ଏକାଧିକ ସ୍ଥାନାରେ ବୋଲାର୍ଡ ରାସ୍ତା ସହ ମିଶିଗଲାଣି।
Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍
ବୋଲାର୍ଡକୁ ଗାଡ଼ି ଚଢ଼ାଇ ପଳାଉଛନ୍ତି
ଅମାନିଆ ଚାଳକ, ବେପରୁଆ ପୁଲିସ
୫ ମାସ ତଳେ ସବୁ ଛକରେ ନୂଆ ଲାଗିଥିଲା
ଏହି ସମସ୍ୟା ବଢ଼ି ଚାଲିଥିବାବେଳେ କମିସନରେଟ୍ ପୁଲିସ କି ଟ୍ରାଫିକ୍ ପୁଲିସ ଏଥିପ୍ରତି ଦୃଷ୍ଟି ଦେଉନି। ଆପାତକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ପାଇଁ ପ୍ରତି ଟ୍ରାଫିକ ପୋଷ୍ଟ ବାମପାର୍ଶ୍ବରେ ସ୍ଥାନ ସଂରକ୍ଷିତ ରହୁଛି। ସ୍ଥାନ ଚିହ୍ନଟ ଓ ସଂରକ୍ଷଣ ପାଇଁ ଟ୍ରାଫିକ୍ ଛକରେ ବିଭିନ୍ନ ପାର୍ଶ୍ବରେ କମଳା ରଙ୍ଗର ପ୍ଲାଷ୍ଟିକ ବୋଲାର୍ଡ ଲଗାଯାଇଛି। କେବଳ ସେତିକି ନୁହେଁ, ଫ୍ଲାଏଓଭର୍ ଓ ଅନ୍ୟାନ୍ୟ ସ୍ଥାନରେ ବି ଏଭଳି ବୋଲାର୍ଡ ଲଗାଇ ଟ୍ରାଫିକ୍ ନିୟନ୍ତ୍ରଣ ଓ ଆମ୍ବୁଲାନ୍ସ ରାସ୍ତା ତିଆରି କରାଯାଇଛି। ୫ ମାସ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରତି ଟ୍ରାଫିକ୍ ଛକରେ ଏହି ନୂଆ ବୋଲାର୍ଡ ସବୁ ଲଗାଯାଇଥିଲା। ଯଦ୍ଦ୍ବାରା ଯେଉଁ ଚାଳକମାନେ ସିଧାଯିବେ, ସେମାନେ ଟ୍ରାଫିକ୍ରେ ଅଟକିବା ବେଳେ ବୋଲାର୍ଡ ଭିତରେ ରହିବେ। ବୋଲାର୍ଡ ଡେଇଁ ବାମପାର୍ଶ୍ବରେ ସଂରକ୍ଷିତ ସ୍ଥାନରେ ଗାଡ଼ି ପାର୍କିଂ କରିପାରିବେନି। ଯଦି ଏହା କେହି କରନ୍ତି, ସେମାନଙ୍କୁ ଟ୍ରାଫିକ୍ ନିୟମ ଉଲ୍ଲଂଘନରେ ଦଣ୍ଡିତ କରାଯିବ।
Miss World 2026: ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲ୍
ଯଦି ବା କେହି ଏହି ଜାଗାରେ ଗାଡ଼ି ଅଟକାଇଛନ୍ତି, ଦାୟିତ୍ବରେ ଥିବା ଟ୍ରାଫିକ୍ ପୁଲିସଙ୍କର କାମ ହେଉଛି, ଏହି ସ୍ଥାନରୁ ଗାଡ଼ି ଓ ଚାଳକଙ୍କୁ ହଟାଇବେ। କିନ୍ତୁ ଚାଳକ ସେମାନଙ୍କ ବାଟରେ, ପୁଲିସ ତାଙ୍କ ବାଟରେ। ଫଳସ୍ବରୂପ ଅମାନିଆ ଅଳିଆ ଗାଡ଼ି, ଚାରିଚକିଆ ଓ ବସ୍ କିଛି ଏକାଧିକ ଛକରେ ଏହି ବୋଲାର୍ଡ ସବୁକୁ ମଡ଼ାଇ ଭାଙ୍ଗି ଦେଇଛନ୍ତି। ଏଣୁ ପୂର୍ବଭଳି ଚାଳକମାନେ ଟ୍ରାଫିକ୍ ପୋଷ୍ଟରେ ଅଟକିବାବେଳେ ବାମରୁ ଡାହାଣ ସଂପୂର୍ଣ୍ଣ ରାସ୍ତାକୁ ମାଡ଼ି ବସୁଛନ୍ତି। ଆମ୍ବୁଲାନ୍ସ ଆଉ ସହଜରେ ଯାଇପାରୁନି। ସେପଟେ ବାମପାର୍ଶ୍ବକୁ ଯାଉଥିବା ଚାଳକମାନେ ବି ଅକାରଣରେ ଟ୍ରାଫିକ୍ରେ ଅଟକୁଛନ୍ତି ଓ ଅଯଥା ରାସ୍ତାରେ ଭିଡ଼ ବଢ଼ୁଛି। ଆମ୍ବୁଲାନ୍ସ ଚଳପ୍ରଚଳର ପ୍ରମୁଖ ଛକ ହେଉଛି ଏଜି ଛକ। କାରଣ ନିକଟରେ କ୍ୟାପିଟାଲ୍ ହସ୍ପିଟାଲ୍ ରହିଛି। ଏଠି ଚାରିଦିଗରେ କେହି ବି ନିୟମ ମାନୁନାହାନ୍ତି। ସମାନ ସ୍ଥିତି ଜୟଦେବବିହାର, ଆଚାର୍ଯ୍ୟବିହାର ଓ ଅନ୍ୟ ସ୍ଥାନରେ ଦେଖିବାକୁ ମିଳୁଛି।

1 week ago
6


