ARTICLE AD BOX
ନୂଆଦିଲ୍ଲୀ: ଦୀପାବଳିରଆଲୋକ... ବଲିଉଡ୍ରଗ୍ଲାମର୍... ଆଉଷ୍ଟାର୍କପଲ୍ଙ୍କରୋମାଣ୍ଟିକ୍ଅନ୍ଦାଜ।ଫ୍ୟାଶନ୍ଡିଜାଇନର୍ମନୀଷମଲହୋତ୍ରାଙ୍କଦୀପାବଳିପାର୍ଟିରେଯେତେବେଳେପହଞ୍ଚିଲେଐଶ୍ୱର୍ଯ୍ୟାରାୟଓଅଭିଷେକବଚ୍ଚନ, ସେତେବେଳେସମସ୍ତଙ୍କନଜରଅଟକିଗଲାଏହିଯୋଡ଼ିଉପରେ।ହାତରେହାତଧରିପାର୍ଟିକୁଏଣ୍ଟ୍ରିକରିଥିଲେଦୁହେଁ।କ୍ୟାମେରାସାମ୍ନାରେଐଶ୍ୱର୍ଯ୍ୟାଙ୍କହସଆଉଅଭିଷେକଙ୍କସହତାଙ୍କମସ୍ତିଭରାମୁହୂର୍ତ୍ତଏବେଚର୍ଚ୍ଚାରେ।ଲାଲ୍ରଙ୍ଗରସୁନ୍ଦରକାରୁକାର୍ଯ୍ୟଭରାଶାଢ଼ିରେଐଶ୍ୱର୍ଯ୍ୟାଙ୍କଟ୍ରାଡିସନାଲ୍ଲୁକ୍।ଅନ୍ୟପଟେକଳାଶେରୱାନୀରେଅଭିଷେକଙ୍କକ୍ଲାସିଅନ୍ଦାଜ।ତେବେଫ୍ୟାଶନ୍ଠାରୁଅଧିକଚର୍ଚ୍ଚାହେଉଛିଦୁହିଁଙ୍କକେମିଷ୍ଟ୍ରି।କେତେବେଳେଅଭିଷେକଙ୍କପାଖରେଛିଡ଼ାହୋଇଐଶ୍ୱର୍ଯ୍ୟାପୋଜ୍ଦେଉଛନ୍ତି, ତଆଉକେତେବେଳେତାଙ୍କବାହୁରେରହିଖିଲିଖିଲିହସୁଛନ୍ତି।ଏହିଝଲକଦେଖିଫ୍ୟାନ୍ସଙ୍କଖୁସିକହିଲେନସରେ।
Madhuri Dixit: ମାଧୁରୀ ଦୀକ୍ଷିତଙ୍କ ପୁଅ ଅରିନ୍ଙ୍କ ସହ ପାର୍ଟିରେ ନଜର ଆସିଲେ ଗର୍ଲଫ୍ରେଣ୍ଡ ଖୁସି
ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ । ଫିଲ୍ମ ସେଟ୍ରେ ଆରମ୍ଭ ହୋଇଥିବା ବନ୍ଧୁତା ଧୀରେ ଧୀରେ ପ୍ରେମର ରୂପ ନେଇଥିଲା । ‘ଗୁରୁ’ ଫିଲ୍ମ ସମୟରେ ଦୁହିଁଙ୍କ ନିକଟତାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଶେଷରେ ୨୦୦୭ ଏପ୍ରିଲ୍ ୨୦ରେ ମୁମ୍ବାଇରେ ବଚ୍ଚନ ପରିବାରର ବାସଭବନ ‘ପ୍ରତୀକ୍ଷା’ରେ ବିବାହ କରିଥିଲେ ଦୁହେଁ । ଏହି ବିବାହ ସେତେବେଳେ ବଲିଉଡ୍ର ସବୁଠୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟିଏ ଥିଲା । ୨୦୧୧ରେ ଝିଅ ଆରାଧ୍ୟାଙ୍କ ଜନ୍ମ ପରେ ପରିବାରର ଖୁସି ଆହୁରି ବଢ଼ିଥିଲା । ଦୀର୍ଘ ବର୍ଷର ଏହି ସମ୍ପର୍କକୁ ନେଇ ଫ୍ୟାନ୍ସଙ୍କ ଭଲପାଇବା ଆଜି ବି ସେମିତି ରହିଛି ।
ହେଲେ ଗତ କିଛି ସମୟ ଧରି ଏହି ଯୋଡ଼ିଙ୍କ ସମ୍ପର୍କକୁ ନେଇ ସୋସିଆଲ୍ ମିଡିଆରେ ନାନା ଚର୍ଚ୍ଚା ଲାଗି ରହିଥିଲା । ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଦୁହିଁଙ୍କ ଅଲଗା ଉପସ୍ଥିତିକୁ ନେଇ ଅନେକ ଅନୁମାନ କରାଯାଉଥିଲା । ଏପରିକି ଛାଡ଼ପତ୍ରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଥିଲା । ହେଲେ ଏହି ଅନୁମାନକୁ ଦୁହିଁଙ୍କ ମଧ୍ୟରୁ କେହି ଅଧିକାରିକ ଭାବେ ସ୍ପଷ୍ଟ କରିନାହାନ୍ତି । ଏବେ ମନୀଷ ମଲହୋତ୍ରାଙ୍କ ପାର୍ଟିରେ ଏକାଠି ହସିବା, ହାତ ଧରିବା ଆଉ ରୋମାଣ୍ଟିକ୍ ପୋଜ୍ ଦେବାର ଏହି ଦୃଶ୍ୟ ପୁଣି ଫ୍ୟାନ୍ସଙ୍କ ମନରେ ଆଶା ଭରିଦେଇଛି

5 days ago
2


