Administration failed: ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିବାରେ ପ୍ରଶାସନ ବିଫଳ: ବରୀ ବିଧାୟକ

2 days ago 1
ARTICLE AD BOX

ବରୀ: ଚଳିତ ବନ୍ୟାରେ ପ୍ରଭାବିତ ହୋଇଥିବା ବରୀ ବ୍ଲକର ସମସ୍ତ ବିପନ୍ନଙ୍କ ନିକଟରେ ପ୍ରଶାସନ ୩ ଦିନ ପରେ ମଧ୍ୟ ପହଞ୍ଚିପାରିନାହିଁ। ସରକାରଙ୍କ ପ୍ରାଥମିକ ସହାୟତା ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ ଏପରିକି ପଲିଥିନ ଖଣ୍ଡେ ମଧ୍ୟ ସମସ୍ତ ବିପନ୍ନଙ୍କ ନିକଟରେ ପହଞ୍ଚାଇପାରି ନାହିଁ ପ୍ରଶାସନ ବୋଲି ଆଜି ରାମଚନ୍ଦ୍ରପୁରସ୍ଥିତ ବାସଭବନରେ ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନିରେ ପ୍ରକାଶ କରିଛନ୍ତି। ଗୋଟିଏ ପଟେ ବିପନ୍ନଙ୍କୁ ସହାୟତା ପହଞ୍ଚାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ପ୍ରଶାସନ ଶାସକ ଦଳର ଚାପଗ୍ରସ୍ତ ହୋଇ ଏବେ ଠାରୁ ବିପନ୍ନଙ୍କ ସହିତ ପାତରଅନ୍ତର କରିବାକୁ ଆରମ୍ଭ କରିଦେଲାଣି।

ଆହୁରି ପଢନ୍ତୁ : Flood In Odisha: ମୁଣ୍ଡଳିରେ ହ୍ରାସ ପାଉଛି ଜଳସ୍ତର; ରାତି ୩ଟା ସୁଦ୍ଧା ପହଞ୍ଚିବ ହୀରାକୁଦ ଜଳଭଣ୍ଡାରରୁ ନିଷ୍ପାସିତ ୨୨ଟି ଗେଟ୍‌ର ଜଳ

ଚାପଗ୍ରସ୍ତ ହୋଇ ବିପନ୍ନଙ୍କ ସହିତ ପାନ୍ତରଅନ୍ତର ନୀତିରୁ ନିବୃତ୍ତ ନରହିଲେ ଆଗାମୀ ଦିନରେ ବ୍ଲକ, ତହସିଲ ପ୍ରଶାସନକୁ ଅଚଳ କରି ରାଜରାସ୍ତାକୁ ବିଜେଡ଼ି ଓହ୍ଲାଇବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ବିଧାୟକ। ଗତ ବୁଧବାର ରାତିରୁ ବରୀ ବ୍ଲକର ୨୦ରୁ ଅଧିକ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଥିଲା ବେଳେ ଇତିମଧ୍ୟରେ ଲୋକମାନେ ଜଳବନ୍ଦିରେ ୩ଦିନ ହେଲା ଥିଲାବେଳେ ବିପନ୍ନଙ୍କ ପାଖରେ ପ୍ରଶାସନ ପହଞ୍ଚି ନଥିଲା ବେଳେ ସହାୟତା ପହଞ୍ଚାଇବାରେ ମଧ୍ୟ ବିଫଳ ହୋଇଛି। ଯଦିଓ ବନ୍ୟାମୁକାବିଲା ପାଇଁ ବରୀକୁ ଜଣେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଛି ମାତ୍ର ସ୍ଥାନୀୟ ପ୍ରଶାସନର ଅଭିଜ୍ଞତା ଓ ତଳିଆ କର୍ମଚାରୀଙ୍କ ସହଯୋଗ ଅଭାବରୁ ତଳସ୍ତରରେ ସଠିକ ଭାବେ ସଠିକ୍ ସମୟରେ ବିପନ୍ନଙ୍କ ନିକଟରେ ସହାୟତା ପହଞ୍ଚିପାରୁ ନାହିଁ। ତୁରନ୍ତ ସମସ୍ତ ବିପନ୍ନଙ୍କ ନିକଟରେ ସହାୟତା ପହଞ୍ଚାଇବାକୁ ଦାବି କରିଛନ୍ତି। ନିଜେ ବିଭିନ୍ନ ବନ୍ୟା ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ତାଙ୍କ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି। ଆଗକୁ ବନ୍ୟା ପରବର୍ତ୍ତୀ ରାସ୍ତାଘାଟର ମରାମତି ହେଉ କିମ୍ବା, କୃଷିର କ୍ଷୟକ୍ଷତି ଆକଳନ, ଘର ଭଙ୍ଗାର କ୍ଷୟକ୍ଷତି ତାଲିକାଠାରୁ ଆରମ୍ଭ କରି ପ୍ରଶାସନିକ ତାଲିକା ପ୍ରସ୍ତୁତିରେ ପ୍ରଶାସନ ଚାପମୁକ୍ତ ହୋଇ ସଠିକ୍ ଭାବେ ତାଲିକା ପ୍ରସ୍ତୁତ କରିବାକୁ ସେ ଦାବି କରିଛନ୍ତି।

ଆହୁରି ପଢନ୍ତୁ : Third class student dies: ଶିକ୍ଷକଙ୍କ ମାଡରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ

 ସେପଟେ କାହାରି ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ। ବନ୍ୟା ବିପନ୍ନଙ୍କ ନିକଟରେ ସହାୟତା ପହଞ୍ଚାଇବା ବଦଳରେ ବନ୍ୟା ଅଞ୍ଚଳ ଗ୍ରସ୍ତକରି ନିଜେ ଡ୍ରାଏଫୁଡରେ ଆପାୟତ ହେବା ବିପନ୍ନଙ୍କୁ କଟାକ୍ଷ ବୋଲି କହିଛନ୍ତି। ବର୍ତ୍ତମାନ ବିପନ୍ନମାନଙ୍କୁ ସହାୟତା ପ୍ରଦାନ ଉପରେ ଗୁରୁତ୍ବ ନଦେଇ ସୃଷ୍ଟି ହୋଇଥିବା ଘାଇର ମରାମତି କାମ କିଏ କରିବ ତାକୁ ନେଇ ଅଧିକାରୀମାନଙ୍କୁ ଫୋନ କରିବା ଘଟଣା ସେମାନଙ୍କ ଜନସେବାର ମନୋଭାବକୁ ଦର୍ଶାଉଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଅର୍ଚ୍ଚନା ମଲ୍ଲିକ, ବ୍ଲକ ବିଜେଡ଼ି ସଭାପତି କେଦାର ସାମଲ, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ କୁମାର ସାମଲ, ଦିଲ୍ଲିପ୍ କୁମାର ମହାନ୍ତି,ଅରବିନ୍ଦ ମହାନ୍ତି, ପ୍ରସନ୍ନ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.