ARTICLE AD BOX
ବଲାଙ୍ଗୀରର ସଇଁତଳା ଥାନା ସମ୍ମୁଖରେ ଭଲଭୋ ବସ୍ ଓ ମକା ବୋଝେଇ ଟ୍ରକ୍ ଧକ୍କା। ଟ୍ରକ୍ ଡ୍ରାଇଭର ଗୁରୁତର, କିଛି ଯାତ୍ରୀ ଆହତ। ଚାଳକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସଇଁତଳା ଓ ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏହି ଦୁର୍ଘଟଣା ହେତୁ ରାସ୍ତାର ଦୁଇ ପଟରେ ଶହ ଶହ ଗାଡ଼ି ଅଟକି ରହିଛି।
Bus-Truck Head-On Collision in Balangir, Truck Driver Critical Photograph: (sambad.in)ଦେଓଗାଁ/ସଇଁତଳା: ବଲାଙ୍ଗୀର-ବୋରିଗୁମ୍ମା ଜାତୀୟ ରାଜପଥ ୨୬ ଉପରେ ଥିବା ବଲାଙ୍ଗୀର ଜିଲ୍ଲାର ସଇଁତଳା ଥାନା ସମ୍ମୁଖରେ ପୁରୀରୁ ନୂଆପଡ଼ା ଅଭିମୁଖେ ଯାଉଥିବା ଏକ ଭଲଭୋ ବସ୍ଓ ମକା ବୋଝେଇ ଟ୍ରକ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ତେବେ ଏହି ଦୁର୍ଘଟଣାରେ ଟ୍ରକ ଡ଼୍ରାଇଭର ଅଧିକ ଗୁରୁତର ହୋଇପଡିଥିବା ବେଳେ ବସ କିଛି ଯାତ୍ରୀ ମଧ୍ଯ ଆହତ ହୋଇଛନ୍ତି।
ଶହ ଶହ ଗାଡ଼ି ଅଟକି ରହିଛି
ଖବର ପାଇ ସଇଁତଳା ପୁଲିସ ଓ ଅଗ୍ନଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଚାଳକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସଇଁତଳା ଓ ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏହି ଦୁର୍ଘଟଣା ହେତୁ ରାସ୍ତାର ଦୁଇ ପଟରେ ଶହ ଶହ ଗାଡ଼ି ଅଟକି ରହିଛି।
Bharat Ratna Lal Krishna Advan: ଶହେ ବର୍ଷରେ ଭାରତରତ୍ନ ଲାଲକୃଷ୍ଣ ଆଡ଼ଭାନୀ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 days ago
3


