ARTICLE AD BOX
ମାଲକାନଗିରି:ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଦୁର୍ଘଟଣାରେ କାର ଚାଳକ ଗୁରୁତର। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବଳଦିଆଗୁଡ଼ା ମୁଖ୍ୟରାସ୍ତାରେ ଘଟିଛି ଏହି ଦୁର୍ଘଟଣା । ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ହଠାତ୍ କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ଧକ୍କା ଦେଇଥିଲା । ଫଳରେ କାର ଚାଳକ ବୈପାରୀଗୁଡ଼ାର ରାଜକିଶୋର ସ୍ବାଇଁ ଗୁରୁତର ହୋଇଛନ୍ତି । ସେ ସକାଳୁ ମାଲକାନଗିରିରୁ ନିଜ ଘରକୁ ଫେରୁଥିବା ସୂଚନା ମିଳିଛି ।
ତାଙ୍କୁ ଅଧିକ ଚିକିତ୍ସା ପାଇଁ ଜୟପୁର ସ୍ଥାନାନ୍ତର କରାଯାଇଛି
ଦୁର୍ଘଟଣା ପରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା କରାଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଜୟପୁର ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ କାରଟି ମଧ୍ୟ ଭାଙ୍ଗିରୁଜି ଯାଇଛି । ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି ମାଥିଲି ପୁଲିସ ।

39 minutes ago
1


