90.37 lakh tourists: ୫ ବର୍ଷରେ ୯୦.୩୭ ଲକ୍ଷ ପର୍ଯ୍ୟଟକ: ତଥାପି ମୟୂରଭଞ୍ଜରେ ପର୍ଯ୍ୟଟନ ବିକାଶ ମନ୍ଥର

1 week ago 8
ARTICLE AD BOX

ବାରିପଦା (ବଟକୃଷ୍ଣ ବିହାରୀ): ଜଙ୍ଗଲ ପାହାଡ଼ଘେରା ମୟୂରଭଞ୍ଜରେ ଶିମିଳିପାଳ ଜାତୀୟ ଉଦ୍ୟାନ ସହ ବହୁ ଐତିହ୍ୟପୀଠ ଓ ପର୍ଯ୍ୟଟନସ୍ଥଳୀ ରହିଛି। ଏଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ। ହେଲେ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭିତ୍ତିଭୂମି ବିକାଶ ଦିଗରେ ସରକାର ଦୃଷ୍ଟି ଦେଉନାହାନ୍ତି। ସରକାରୀ ସୂଚନା ଅନୁଯାୟୀ, ଗତ ୫ ବର୍ଷରେ ଶିମିଳିପାଳ ଜାତୀୟ ଉଦ୍ୟାନ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଛନ୍ତି ୯୦ ଲକ୍ଷ ୩୭ ହଜାର ୫୧୯ ପର୍ଯ୍ୟଟକ। ଏହା ବାଦ୍ ୫୬୫ ଜଣ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି ସମୟରେ ଜିଲ୍ଲାକୁ ଆସିଛନ୍ତି। ୨୦୧୮-୧୯ରେ ୧୮ ଲକ୍ଷ ୩ ହଜାର ୫୪୫, ୨୦୧୯-୨୦ରେ ୧୭ ଲକ୍ଷ ୮ ହଜାର ୪୫୨ ଓ ୨୦୨୧-୨୨ରେ ୨୨ ଲକ୍ଷ ୭ ହଜାର ୫୨୨ ଜଣ ପର୍ଯ୍ୟଟକ ଆସିଛନ୍ତି। ସେହିପରି ୨୦୨୨-୨୩ରେ ୧୮ ଲକ୍ଷ ୨୫ ହଜାର, ୨୦୨୪-୨୫ରେ ୨୨ ଲକ୍ଷ ୫୨ ହଜାର ଓ ୨୦୨୫-୨୬ ଆଜି ସୁଦ୍ଧା ୧୫ ଲକ୍ଷ ୧୨ ହଜାର ୩୨୩ ଜଣ ପର୍ଯ୍ୟଟକ ମୟୂରଭଞ୍ଜ ବୁଲିବାକୁ ଆସିଛନ୍ତି।

Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍

ବିପର୍ଯ୍ୟସ୍ତ ଭିତ୍ତିଭୂମି ସତ୍ତ୍ବେ ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କମୁନି। ଶିମିଳିପାଳ, ଦେବକୁଣ୍ଡ, ଖିଚିଂ, କୁଚେଇ, ଭୀମକୁଣ୍ଡ, ସୀତାକୁଣ୍ଡ, ବରେହିପାଣି, ଯୋରନ୍ଦା ଜଳପ୍ରପାତ ଭଳି ସରକାରୀ ରେକର୍ଡରେ ମୋଟ ୧୯ଟି ପର୍ଯ୍ୟଟନସ୍ଥଳୀ ରହିଛି। ତେବେ ବେସରକାରୀ ଭାବେ ହିସାବକୁ ନେଲେ ଜିଲ୍ଲାରେ ଆହୁରି ୫୦ରୁ ଅଧିକ ସ୍ଥାନ ଏମିତି ଅଛି ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଏଥିରୁ ଅଧିକାଂଶ ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ସାମାନ୍ୟତମ ସୁବିଧା ନାହିଁ। କେଉଁଠି ଯିବାକୁ ଭଲ ରାସ୍ତାଟିଏ ନାହିଁ ତ ଆଉ କେଉଁଠି ପାନୀୟଜଳ ସୁବିଧା ନାହିଁ। ବିଶ୍ରାମାଗାର କିମ୍ବା ଶୌଚାଳୟ କଥା ନ କହିବା ଭଲ। ରାତିରହଣି ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ସନ୍ଧ୍ୟା ପୂର୍ବରୁ ଫେରି ଆସିବାକୁ ବାଧ୍ୟ। 

Miss World 2026: ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲ୍

କିଛି ସ୍ଥାନରେ ଭିତ୍ତିଭୂମି ବିକାଶରେ ବାଧକ ସାଜିଛି ଜଙ୍ଗଲ ବିଭାଗ। ବିଭାଗର ଅନୁମତି ମିଳୁନଥିବାରୁ ଉନ୍ନୟନ କାମ ହୋଇ ପାରୁନାହିଁ। ଖିଚିଂରେ ୭ କୋଟି ବ୍ୟୟରେ ବିକାଶମୂଳକ କାମ ହୋଇଛି। ତେବେ ଏହି ଟଙ୍କା ଠିକ୍ ଭାବେ ବିନିଯୋଗ ହୋଇନଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିଭଳି ଭୀମକୁଣ୍ଡରେ ୭ କୋଟି ଓ ଦେବକୁଣ୍ଡରେ ୧୩ କୋଟି ବ୍ୟୟରେ ବିକାଶମୂଳକ କାମ ହୋଇଛି ବୋଲି ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ କାମ ଠିକ୍ ଭାବେ ହୋଇନଥିବା ଅଭିଯୋଗ ହୋଇଆସୁଛି। ଏହି ୩ଟିକୁ ବାଦ୍‌ ଦେଲେ ଆଉ କେଉଁ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଟଙ୍କାଟିଏ ବି ଅନୁଦାନ ଆସିନାହିଁ। ବର୍ଷକୁ ବର୍ଷ ପର୍ଯ୍ୟଟକ ବଢ଼ୁଛନ୍ତି। ତେଣୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ହେବା ଆବଶ୍ୟକ। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହିମାଂଶୁ ମହାନ୍ତି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.