9 Dead: ବିଷାକ୍ତ ମଦ ପିଇ ୯ ମୃତ, ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

1 week ago 6
ARTICLE AD BOX

ମଧ୍ୟପ୍ରଦେଶର ସାଗର ଜିଲ୍ଲାସ୍ଥିତ ବଣ୍ଡା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବିଷାକ୍ତ ମଦ ପିଇ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

 (sambad.in) 9 dead after drinking toxic liquor, several others hospitalized in critical condition. Photograph: (sambad.in)

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାସ୍ଥିତ ବଣ୍ଡା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବିଷାକ୍ତ ମଦ ପିଇ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ରାତିରେ ଘୂଘର, ନଓରାଜ ଓ ବାରାଜ ଗ୍ରାମର କିଛି ଲୋକ ମଦ ସେବନ କରିବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ବାନ୍ତି ଓ ଅତ୍ୟାଧିକ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ସେମାନଙ୍କୁ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସ୍ଥାନୀୟ ଅଞ୍ଚଳରେ ବେଆଇନ ମଦ

ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦେବା ସହ ଆଜି ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ଏଥିସହିତ ପ୍ରଶାସନ ପକ୍ଷରୁ ମଦର ନମୁନା ଜବତ କରାଯାଇ ଫୋରେନ୍ସିକ୍ ପରୀକ୍ଷା ପାଇଁ ପଠାଯାଇଛି। ସ୍ଥାନୀୟ ଅଞ୍ଚଳରେ ବେଆଇନ ମଦ କାରବାର ନେଟୱର୍କ ସକ୍ରିୟ ଥିବା ସନ୍ଦେହ କରାଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗତ ମାସରେ ଗୁଜରାଟର ଭାବନଗର ଜିଲ୍ଲାରେ ମଧ୍ୟ ବିଷାକ୍ତ ମଦ ଟ୍ରାଜେଡି ଘଟିଥିଲା, ଯେଉଁଥିରେ ୧୩ ଜଣଙ୍କ ପ୍ରାଣହାନି ଘଟିଥିଲା। ପୋଲିସ ତଦନ୍ତରୁ ପ୍ରକାଶ ପାଇଥିଲା ଯେ ଏକ ନାମୀ ଭାରତୀୟ ନିର୍ମିତ ବିଦେଶୀ ମଦ ବ୍ରାଣ୍ଡର ବୋତଲରେ ୩୮.୫୯% ଅତ୍ୟାଧିକ ବିଷାକ୍ତ ମିଥାନୋଲ୍ ମିଶ୍ରିତ ନକଲି ମଦ ବିକ୍ରି କରାଯାଉଥିଲା। ସେହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୩ ଜଣଙ୍କୁ ଗିରଫ କରି ହତ୍ୟା ଓ ବିଷପ୍ରୟୋଗ ଭଳି ସଙ୍ଗୀନ ଧାରାରେ ମାମଲା ରୁଜୁ କରିଥିଲା। ଗୁଜରାଟ ଏବଂ ମଧ୍ୟପ୍ରଦେଶରେ କ୍ରମାଗତ ଭାବେ ସାମ୍ନାକୁ ଆସୁଥିବା ଏହି ବିଷାକ୍ତ ମଦ କାରବାର ସାଧାରଣରେ ଗଭୀର ଚିନ୍ତା ସୃଷ୍ଟି କରିଛି।

୨୦୯ ବିମାନ ଚଳାଚଳ ପ୍ରଭାବିତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.