ARTICLE AD BOX
କଟକ: ଶିକ୍ଷା କେବଳ ଜ୍ଞାନ ପ୍ରଦାନ କରେ ନାହିଁ, ଶିକ୍ଷା ହେଉଛି ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା ଏବଂ ଆମର ଶିକ୍ଷକମାନେ ଏହି ଗୁରୁଦାୟିତ୍ୱ ତୁଲାଇ ଆସୁଛନ୍ତି। ଆଜିର ଦିନରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା ଆରମ୍ଭ କରାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୫ ହଜାର ଶିକ୍ଷକ ପଦ ପୂରଣ କରାଯିବ। ଏହାସହ ୧୨ ହଜାର କୋଟି ଟଙ୍କାରେ ୨୨୦୦ ବିଶ୍ୱସ୍ତରୀୟ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ କରାଯାଉଛି ଓ ପ୍ରାକ୍-ବିଦ୍ୟାଳୟ ପିଲାଙ୍କ ପାଇଁ ୪୫ ହଜାର ଶିଶୁ ବାଟିକା ଖୋଲାଯାଇଛି ବୋଲି ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସୋସିଆଲ୍ ମିଡିଆ ଓ ମୋବାଇଲ୍ ଫୋନରେ ଅଧିକ ସମୟ ନଷ୍ଟ ନକରି ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ି ଭବିଷ୍ୟତ ଗଠନକୁ ଗୁରୁତ୍ବ ଦେବା ଆବଶ୍ୟକ।
Dadhichi: ଦଧିଚିର ୨୨ତମ ପ୍ରତିଷ୍ଠା ଦିବସ
ସେକେଣ୍ଡାରି ବୋର୍ଡ ହାଇସ୍କୁଲ୍ରେ ଗୁରୁ ଦିବସ ସମାରୋହ
ଶିକ୍ଷକଙ୍କ ଜ୍ଞାନ, ଛାତ୍ରଛାତ୍ରୀଙ୍କ ପ୍ରତିଭା, ପୁରାତନ ଛାତ୍ରଙ୍କ ଅନୁଭବ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟ ପରିସରରେ ସକାଳ ୧୦ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ନିଷ୍ଠାପର ସେବା ପ୍ରଦାନ କରିଥିବା ବିଶିଷ୍ଟ ଶିକ୍ଷାବିତ ଅଶୋକ କୁମାର ଶତପଥୀ, କୁମୁଦିନୀ ଜି, ଶକୁନ୍ତଳା ମହାନ୍ତି, ଦୈତାରୀ ସାହୁ, ଜୟନ୍ତୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଶ୍ରେଣୀଗୃହରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିସନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ, ସେକେଣ୍ଡାରି ବୋର୍ଡ ସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀ, ପୁରାତନ ଛାତ୍ର ସଂସଦ ସଭାପତି ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Nuakhai 2026: ପାଖେଇ ଆସୁଛି ନୂଆଁଖାଇ; ରାଜ୍ୟ ବାହାରୁ ଘର ମୁହାଁ ଶ୍ରମିକ

1 week ago
10


